ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଗାଡି ଉପରକୁ କାଳିମାଡ । ଜିଲ୍ଲା ଭିଆଇପି ରୋଡରେ ଯାଉଥିବା ସମୟରେ ସାଂସଦଙ୍କ ଗାଡି ଉପରକୁ କାଳିମାଡ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ । ସଂସଦରେ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ଭୁଲ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଏହି କାଳିମାଡ ହୋଇଥିବା ଚର୍ଚ୍ଚା ହେଉଛି ।
ତେବେ ଗତ କିଛିଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ମାତ୍ର ସଂସଦରେ ପିନାକୀ ମିଶ୍ର ପ୍ରକଳ୍ପକୁ ନେଇ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ କରି ଯୁବ ଓ ଛାତ୍ର କଂଗ୍ରେସ ସାଂସଦଙ୍କ ଗାଡି ଉପରକୁ କାଳିମାଡ କରିଛନ୍ତି । ସେହିପରି ପୁରୀର ସାଂସଦ ହୋଇ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାରେ ବିଫଳତା ହୋଇଥିବା ଅଭିଯୋଗ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ ।
ଇଟିଭି ଭାରତ, ପୁରୀ