ପୁରୀ: ବଳିଆପଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା। ଘରୋଇ କଳହକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀର ତଣ୍ଟି କାଟିବା ସହ ନିଜର ଗୁପ୍ତାଙ୍ଗ କାଟି ଦେଇଛି। ଦମ୍ପତି ଗୁରୁତର ହୋଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆହତ ମହିଳା ହେଲେ ଚନ୍ଦ୍ରମା ବେହେରା ଓ ତାଙ୍କ ସ୍ବାମୀ ହେଉଛନ୍ତି ବୁଲୁ ବେହେରା।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବା ବୁଲୁ ବେହେରା ଏକ ଛୁରୀରେ ପ୍ରଥମେ ଚନ୍ଦ୍ରମାଙ୍କ ତଣ୍ଟି କାଟି ଦେଇଥିଲେ। ପରେ ମାନସିକ ଭାରସାମ୍ୟ ହରାଇ ବୁଲୁ ନିଜ ଗୁପ୍ତାଙ୍ଗ କାଟି ଦେଇଥିଲେ ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ