ETV Bharat / city

ମହାବାହୁଙ୍କ ହେରାପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ

ଆଜି ମହାପ୍ରଭୁଙ୍କ ହେରା ପଞ୍ଚମୀ । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଆସିଥିବାରୁ ରୋଷ କରିଛନ୍ତି ଅଭିମାନୀ ମାଆ ଲକ୍ଷ୍ମୀ । ଅଧିକ ପଢ଼ନ୍ତୁ...

ମହାବାହୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ

author img

By

Published : Jul 16, 2021, 10:53 PM IST

Updated : Jul 16, 2021, 11:07 PM IST

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ମାଆ ଲକ୍ଷ୍ମୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ମାଉସୀ ଘରକୁ ବୁଲି ଯାଇଛନ୍ତି । ଯାହାକୁ ସହ୍ୟ ନ କରିପାରି ମା ବିମଳାଙ୍କ ପରାମର୍ଶ କ୍ରମେ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ ।

ମହାବାହୁଙ୍କ ହେରାପଞ୍ଚମୀ ନୀତି: ଅଭିମାନରେ ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ
ତେବେ ଶ୍ରୀମନ୍ଦିରରୁ ବିମାନରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଲା ପରେ ମାଆ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ଓ ସେବା ପୂଜା କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବାରୁ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି ।
  • ||ହେରାପଞ୍ଚମୀ ||

    ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବଡଦାଣ୍ଡ ହୋଇ ଗୁଣ୍ଡିଚାଘରକୁ ବିଜେ ହେଉଥିବାର ଅପରୂପ ଦୃଶ୍ୟ। pic.twitter.com/3q4ayQR4Oh

    — Shree Jagannatha Temple, Puri (@JagannathaDhaam) July 16, 2021 " class="align-text-top noRightClick twitterSection" data=" ">
ପୂର୍ବରୁ ମାଜଣା, ବନକଲାଗି ଓ ଅଳଙ୍କାର ଲାଗି ବଢି ସାରି ଭୋଗ ସମ୍ପନ୍ନ ହେଲା ପରେ ମା ମହାଲକ୍ଷ୍ମୀ ବଡ଼ ଦେଉଳରୁ ଗୁଣ୍ଡିଚା ମନ୍ଦିରକୁ ବିମାନରେ ବିଜେ ହୋଇଥିଲେ । ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ଭାଙ୍ଗି ପୁଣି ଫେରି ଆସିଛନ୍ତି ମାଆ ଲକ୍ଷ୍ମୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 16, 2021, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.