ETV Bharat / city

ଧର୍ମ ମାସରେ ଅଧର୍ମ, ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ ଓ ଦୁର୍ବ୍ୟବହାର !

author img

By

Published : Oct 12, 2022, 10:20 PM IST

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରି ସାହସପୁର ଅଞ୍ଚଳର ୬୨ ବର୍ଷୀୟା କୁମାରୀ ନାୟକ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ଓ ଦୁର୍ବ୍ୟବହାର

ପୁରୀ: ଧର୍ମ ମାସରେ ଅଧର୍ମ । ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ସେବାୟତକୁ ମାଡ଼ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଆଜି ଜଣେ ସେବାୟତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ହବିଷ୍ୟାଳି । ବ୍ରହ୍ମଗିରି ସାହସ ପୁର ଅଞ୍ଚଳର ୬୨ ବର୍ଷୀୟା କୁମାରୀ ନାୟକ ଏଭଳି ଏକ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବୃନ୍ଦାବତୀ ହବିଷ୍ୟାଳି ନିବାସରେ ହବିଷ ବ୍ରତ କରୁଥିବା ବ୍ରହ୍ମଗିରି ସାହସ ପୁର ଅଞ୍ଚଳର ୬୨ ବର୍ଷୀୟା କୁମାରୀ ନାୟକକୁ ଜଣେ ସେବାୟତ ଶ୍ରୀମନ୍ଦିର ଭିତରେ ମାଡ ମାରିଥିବା ନେଇ ହବିଷ୍ୟାଳି ଜଣକ ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟରୁ ଉଠୁନି ପରଦା, ନଜର ହଟାଇବାକୁ ଅର୍ଚ୍ଚନା କେଳେଙ୍କାରୀ !

ହବିଷ୍ୟାଳି କୁମାରୀ ନାୟକଙ୍କ ଅଭିଯୋଗ ଅନୁସାରେ, "ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲି । କିନ୍ତୁ ପହଡ ପଡିଥିବା କାରଣରୁ ବାହାରେ ବସିଥିଲି । ତାପରେ ମୁଁ ଯେତେବେଳ ଦର୍ଶନ କରିବାକୁ ଗଲି ସେଠାରେ ଜଣେ ସେବାୟତ ମୋତେ ମାଗଣା ଖାଇବାକୁ ଆସିଛ କହିକି ଗାଲକୁ ଏକ ଚାପୁଡା ମାରିଲା । ତାପରେ ମୁଁ ପଡିଗଲି । ତାପରେ ସେ ବେକ ଉପରେ ଗୋଡ ପକେଇଦେଇଥିଲା । ମୁଁ ଛାଡିବା ପାଇଁ ନେହୁରା କରିବା ସତ୍ତ୍ବେ ମଧ୍ୟ ସେ ନଛାଡି ମାଗଣା ଖାଇବା ଲୋକ ଏତେ ଶୀଘ୍ର ମରିବେନି ବୋଲି କହିଥିଲା ।" ଫଳରେ ତାଙ୍କର ବାମ କାନ ଓ ବେକରେ ଆଘାତ ଲାଗିଛି। ମୁଁ ଆସିକି କ୍ୟାମ୍ପରେ ଅଭିଯୋଗ କରିଛି । ମୋର ହାତ ଗୋଡ ସବୁ ଫୁଲି ଯାଇଛି । ମୋତେ ସେମାନେ ଓୌଷଧ ଦେଇଛନ୍ତି ।

ଅନ୍ୟପଟେ ହବିଷ୍ୟାଳିଙ୍କ ପାଇଁ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇନାହିଁ। ତେବେ ଶ୍ରୀମନ୍ଦିର ଭଳି ସ୍ଥାନରେ ଧର୍ମ ମାସରେ ଏଭଳି ଅଧର୍ମ କାର୍ଯ୍ୟକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.