ETV Bharat / city

ଆନନ୍ଦର ଘୋଷଣା କରେ ଘୋଷଯାତ୍ରା

ରଥରେ ଉପରେ ବାମନ ବେଶରେ ବିରାଜମାନ ଜଗତରନାଥଙ୍କୁ ଦେଖିଲେ ମଣିଷ ସର୍ବଜନ୍ମରୁ ମୋକ୍ଷ ପ୍ରାପ୍ତ କରେ । ସେଥିପାଇଁ ପ୍ରତ୍ୟେକ ବର୍ଷ ଘୋଷଯାତ୍ରାରେ ବଡ଼ଦାଣ୍ଡକୁ ଛୁଟେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଅଧିକ ପଢ଼ନ୍ତୁ...

ଆନନ୍ଦର ଘୋଣଷା କରେ ଘୋଷଯାତ୍ରା
ଆନନ୍ଦର ଘୋଣଷା କରେ ଘୋଷଯାତ୍ରା
author img

By

Published : Jul 12, 2021, 6:51 AM IST

ପୁରୀ: ଦାରୁଦିଅଁ ଶ୍ରୀଜଗନ୍ନାଥ ଯୁଗେ ଯୁଗେ ନିଜ ଭକ୍ତଙ୍କୁ ଆଶ୍ବାସନା, ସାହସ, ଶକ୍ତି ଓ ଚେତାନ ପ୍ରଦାନ କରିଛନ୍ତି । ନିଜ ଆଶ୍ରିତଙ୍କୁ ମୁକ୍ତି ଓ ମୋକ୍ଷ ଦେଇଛନ୍ତି ନିଜ ଆଶ୍ରିତଙ୍କୁ । ରଥରେ ଉପରେ ବାମନ ବେଶରେ ବିରାଜମାନ ଜଗତରନାଥଙ୍କୁ ଦେଖିଲେ ମଣିଷ ସର୍ବଜନ୍ମରୁ ମୋକ୍ଷ ପ୍ରାପ୍ତ କରେ । ସେଥିପାଇଁ ପ୍ରତ୍ୟେକ ବର୍ଷ ଘୋଷଯାତ୍ରାରେ ବଡ଼ଦାଣ୍ଡକୁ ଛୁଟେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ।

ଆନନ୍ଦର ଘୋଣଷା କରେ ଘୋଷଯାତ୍ରା

ରଥଯାତ୍ରା ଦିନ ଭୋରରୁ ଆଳତି ଅବକାଶ ପରେ ତିନିବାଡ଼ରେ ଠାକୁର ଦୈନନ୍ଦିନ ବେଶ ହୁଅନ୍ତି । ସକାଳେ ସୂର୍ଯ୍ୟପୂଜା ଓ ଦ୍ବାରପାଳପୂଜା ତଥା ଅନ୍ୟାନ୍ୟ ନୀତିକାନ୍ତି ପରେ ପାଳିଆ ଖୁଣ୍ଟିଆ ମଣିମା ଡାକ ଦିଅନ୍ତି । ଏହାପରେ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୁଏ। ମହାପ୍ରଭୁ ରଥାରୂଢ଼ ହେବାପରେ ଗଜପତି ମହାରାଜ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରନ୍ତି । ଏହାପରେ ଭାବାବେଗର ସହ ଭକ୍ତ ମାନେ ରଥକୁ ଟାଣି ନିଅନ୍ତି ଗୁଣ୍ଡିଚା ମନ୍ଦିର ଆଡକୁ ।

ମହାପ୍ରଭୁଙ୍କର ଏହି ଯାତ୍ରା ହେଉଛି ଗୋଟିଏ କିନ୍ତୁ ଏହାର ନାମ ଅନେକ । ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ହେତୁ ଶ୍ରୀଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ରଥରେ ଯାତ୍ରା ହେତୁ ଘୋଷ ଯାତ୍ରା, ମହାପ୍ରଭୁ ଦାରୁ ରୂପରେ ଆବିର୍ଭାବ ହେବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ସେଠାରେ ସହସ୍ର ଅଶ୍ବମେଧ ଯଜ୍ଞ କରିଥିବା ହେତୁ ଯଜ୍ଞ ମଣ୍ଡପ ତଥା ମହାବେଦୀ ଯାତ୍ରା । ସେହିପରି ଦକ୍ଷିଣ ଦିଗରେ ଯାତ୍ରା ହେତୁ ଦକ୍ଷିଣାମୁଖୀ ଯାତ୍ରା, ଯାତ୍ରାର ଅବଧି 9 ଦିନ ଥିବାରୁ ନଵଦିନାତ୍ମକ ଯାତ୍ରା, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ ବେଳେ ଦଶବତାରଙ୍କୁ ପୂଜା କରାଯାଉ ଥିବା ହେତୁ ଦଶବତାର ଯାତ୍ରା, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଯେଉଁ ମଣ୍ଡପରେ ଅବସ୍ଥାନ କରନ୍ତି ତାହା ଆଡ଼ପ ମଣ୍ଡପ ହେତୁ ଆଡ଼ପ ଯାତ୍ରା ଆଦି ନାମ ରହିଛି ଏହି ଯାତ୍ରାର । ସେହିପରି ଏହି ଯାତ୍ରାକୁ ଲୋକେ ଧୁଳିଆ ଓ କାଦୁଆ ଗୁଣ୍ଡିଚା ମଧ୍ୟ କୁହନ୍ତି । ଅତୀତରେ ବଡ଼ ଦାଣ୍ଡରେ ଏତେ ଭଲ ରାସ୍ତା ନ ଥିଲା। ରଥଯାତ୍ରା ବେଳେ ଖରା ପାଗ ହୋଇ ଥିଲେ ରଥ ଭିଡା ହେବା ବେଳେ ପ୍ରବଳ ଧୂଳି ଉଡ଼ିଥାଏ। ଏଣୁ ଏହାକୁ ଧୁଳିଆ ଗୁଣ୍ଡିଚା କୁହନ୍ତି ଶ୍ରୀକ୍ଷେତ୍ର ବାସି। ସେହିପରି ଆଷାଢ଼ ମାସରେ ରଥଯାତ୍ରା ହେଉ ଥିବା ହେତୁ ପ୍ରବଳ ବର୍ଷା ହେଲେ ବଡ଼ ଦାଣ୍ଡ କାଦୁଅ ହୋଇ ଯାଏ। ଏଣୁ ଏହାକୁ ପୁରୀବାସୀ କାଦୁଆ ଗୁଣ୍ଡିଚା ମଧ୍ୟ କୁହନ୍ତି ।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଜି ବିଶ୍ବବିଦିତ । ଏହି ଯାତ୍ରାର ଅନ୍ୟ ଏକ ନାମ ହେଉଛି ପତିତ ପାବନ ଯାତ୍ରା । ଏଠି ଭାବର ଡୋରିରେ ବନ୍ଧା ହୋଇ ଚତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଲୀଳାମୟ ଠାକୁର । ଏହିଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣର ନଥାଏ ଭେଦଭାବ । ମହାସାଗର ଲହଡି ପରି ସମବେତ ଜନତାର ଚକ୍ଷୁରୁ ବୋହିଯାଉଥିବା ଆନନ୍ଦାଶ୍ରୁ କଲାଶ୍ରୀମୁଖଙ୍କ ପାଦପଦ୍ମ ଧୋଇଯାଉଛି । ଏପୂର୍ବ ଏ କ୍ଷେତ୍ର । ଅପୂର୍ବ ଏହାର ସଂସ୍କୃତି ଓ ବୈଚିତ୍ର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.