ପୁରୀ: ଆଜି(ଗୁରୁବାର) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ପୁରୀ ଗସ୍ତ କରିଛନ୍ତି । ସେ ପୁରୀରେ ଥିବା ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟପାଳ ରାଜଭବନର ନବୀକରଣ ଭବନକୁ ଉଦଘାଟନ କରିଛନ୍ତି ।
ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଉପବନକୁ ସେ ତାଙ୍କର ଧର୍ମପତ୍ନୀ ସ୍ବର୍ଗତା ଶୁଶିଳା ଦେବୀଙ୍କ ସ୍ମୃତିରେ ଉତ୍ସଗୀକୃତ କରିଛନ୍ତି ।
ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଗୃହ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ