ETV Bharat / city

ଜାଲ RTPCR ନେଗେଟିଭ ଦେଖାଇ କରୁଥିଲେ ଶ୍ରୀଜିଉଙ୍କ ଦର୍ଶନ, 12 ଗିରଫ

author img

By

Published : Sep 10, 2021, 10:47 PM IST

ଜାଲ୍‌ RT-PCR ଟେଷ୍ଟ ରିପୋର୍ଟ ଦେଖାଇବା ପଡିଲା ମହଙ୍ଗା । ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ପୁରୀ
ଜାଲ୍‌ RT-PCR ନେଗେଟିଭ ଦେଖାଇ କରୁଥିଲେ ଶ୍ରୀଜୀଉଙ୍କ ଦର୍ଶନ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜାଲ୍‌ RT-PCR ଟେଷ୍ଟ ରିପୋର୍ଟ ଦେଖାଇବା ପଡିଲା ମହଙ୍ଗା । ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ୪ ଜଣ ଶ୍ରଦ୍ଧାଳୁଙ୍କ ସମେତ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ନକଲି ଆରଟିପିସିଆର ଦେଖାଇବା ମାମଲାରେ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ରାଜ୍ୟ ବାହାରର ହୋଇଥିବା ସୂଚନା ମିଳିଛି । ଏହା ପଛରେ ଏକ ଗ୍ୟାଙ୍ଗ୍‌ କାର୍ଯ୍ୟ କରୁଥିଲା । ସେମାନେ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇ ଜାଲ ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ ଯୋଗାଉଥିଲେ ।

ସିଂହଦ୍ୱାର ଓ କୁମ୍ଭାରପଡା ଥାନାରେ 3 ଟି ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କଠାରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ଅନ୍ୟ ସାମଗ୍ରୀ ଜବତ କରିଛି । ଆଗାମୀ ଦିନରେ ଯଦି ଏଭଳି ଘଟଣା ଘଟେ ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଭକ୍ତମାନେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପୁରୀ ପୋଲିସ ଅପିଲ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.