ETV Bharat / city

ଅଗଷ୍ଟ ୪ରୁ ପୁରୀରେ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ

author img

By

Published : Aug 2, 2022, 1:32 PM IST

ପୁରୀ ଜିଲ୍ଲାରେ ଅଗଷ୍ଟ ୪ରୁ ଆରମ୍ଭ ହେବ ଭୋଟର ତାଲିକା ପଞ୍ଜିକରଣ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏଡିଏମ ପ୍ରଦୀପ ସାହୁ । ଅଧିକ ପଢନ୍ତୁ

ଆସନ୍ତା ୪ରୁ ପୁରୀରେ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ

ପୁରୀ: ଦେଶରେ ବଦଳିଛି ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ନିୟମ । ନିୟମ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅଗଷ୍ଟ ୪ରୁ ପୁରୀ ଜିଲ୍ଲାରେ ଆରମ୍ଭ ହେବ ଭୋଟର ତାଲିକା ପଞ୍ଜିକରଣ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏଡିଏମ ପ୍ରଦୀପ ସାହୁ । କେନ୍ଦ୍ର ସରକାରଙ୍କ ଦ୍ଵାରା ଭୋଟର ତାଲିକା ସଂଶୋଧନ ନେଇ ନୂଆ ନିୟମ ଆସିବା ପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା ୪ ତାରିଖରୁ ଅକ୍ଟୋବର ୨୪ ତାରିଖ ଯାଏଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିବ । ଯେଉଁ ଭୋଟରଙ୍କୁ ୧୮ ବର୍ଷ ହୋଇଛି ସେମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନୂଆ ଭୋଟର ତାଲିକାରେ ସାମିଲ ହୋଇ ପାରିବେ । ସେହିପରି ଭୋଟର ତାଲିକାରେ ତ୍ରୁଟି ରହିଥିବା ବ୍ୟକ୍ତି ମଧ୍ୟ ସଂଶୋଧନ କରି ପାରିବେ । ଚଳିତବର୍ଷ ଠାରୁ ନୂଆ ନିୟମ ଅନୁଯାୟୀ, ଭୋଟର କାର୍ଡ ସହ ଅଧାର କାର୍ଡ ସଂଯୋଗ ହେବ । ଏଥିରେ ଭୋଟରମନଙ୍କୁ ସହଯୋଗ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏକ ସୁସ୍ଥ, ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ସମସ୍ତ ନାଗରିକ ସରକାରଙ୍କ ନୁଆ ନିୟମ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ କୁହାଯାଇଛି । ସୂଚନା ଅନୁସାରେ ଚଳିତ ବର୍ଷ ଠାରୁ ଏଣିକି ବର୍ଷକୁ ୪ ଥର ଭୋଟର ତାଲିକା ପଞ୍ଜିକରଣ ଏବଂ ସଂଶୋଧନ ମଧ୍ୟ ହେବ । ଜାନୁଆରୀ ୧ତାରିଖ, ଏପ୍ରିଲ୧ ତାରିଖ, ଜୁଲାଇ୧ ତାରିଖ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିବା ବ୍ୟକ୍ତି ଭୋଟର ତାଲିକାରେ ନାମ ପଞ୍ଜିକରଣ କରି ପାରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.