ETV Bharat / city

ନୀଳାଚଳେ ଜଗନ୍ନାଥ: ଜାଣନ୍ତୁ କେଉଁ ଦ୍ୱାରରେ କେଉଁମାନେ କରନ୍ତି ପ୍ରବେଶ - ଶ୍ରୀମନ୍ଦିରର ଚାରିଦ୍ବାର

ଶ୍ରୀକ୍ଷେତ୍ର, ଶ୍ରୀଧାମ, ନୀଳଶୈଳକୁ ପ୍ରବେଶ କରିବା ପାଇଁ ରହିଛି ଚାରିଦ୍ବାର । ଏହି ଦ୍ବାରର ମହାତ୍ମ୍ୟ ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ଅଧିକ ପଢନ୍ତୁ...

ନୀଳାଚଳେ ଜଗନ୍ନାଥ: ଜାଣନ୍ତୁ କେଉଁ ଦ୍ୱାରରେ କେଉଁମାନେ କରନ୍ତି ପ୍ରବେଶ

author img

By

Published : Jun 8, 2020, 6:03 AM IST

Updated : Jun 8, 2020, 11:56 AM IST

ପୁରୀ: ବଡ ଦେଉଳରେ ବିରାଜିତ କଳାଶ୍ରୀମୁଖ । ନିରାକାର ବ୍ରହ୍ମଙ୍କ ନିତ୍ୟ ଲୀଳା କ୍ଷେତ୍ର ରୂପେ ପରମ ପବିତ୍ର । ମହାପ୍ରଭୁଙ୍କ ଦର୍ଶନ ମହାପୁଣ୍ୟକର । ଏହି ଶ୍ରୀକ୍ଷେତ୍ର, ଶ୍ରୀଧାମ, ନୀଳଶୈଳକୁ ପ୍ରବେଶ କରିବା ପାଇଁ ରହିଛି ଚାରିଦ୍ବାର । ଏହି ଦ୍ବାରର ମହାତ୍ମ୍ୟ ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ସିଂହଦ୍ବାର, ଅଶ୍ବଦ୍ବାର, ବ୍ୟାଘ୍ର ଦ୍ବାରା ଓ ହସ୍ତୀ ଦ୍ବାର । ମନ୍ଦିର ସ୍ବର୍ଗଧାମ ହେଲେ ଏହାର ତୋରଣ ବା ଦ୍ବାର ଧର୍ମ ଅର୍ଥ, କାମ ମୋକ୍ଷ ଭାବରେ ପ୍ରତିଷ୍ଠିତ । ମନ୍ଦିର ପ୍ରବେଶ ନେଇ କେଉଁଦ୍ବାରରେ କେଉଁମାନେ ପ୍ରବେଶ କରିବେ ସେ ନେଇ ରହିଛି ଅନେକ କଥାବସ୍ତୁ,ଅନେକ ଇତିହାସ । ଏନେଇ ଦେଖନ୍ତୁ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା...

ନୀଳାଚଳେ ଜଗନ୍ନାଥ: ଜାଣନ୍ତୁ କେଉଁ ଦ୍ୱାରରେ କେଉଁମାନେ କରନ୍ତି ପ୍ରବେଶ

ସିଂହଦ୍ବାର

ବଡ ଦେଉଳକୁ ପ୍ରବେଶ କରିବାର ମୁଖ୍ୟ ଦ୍ବାର ସିଂହ ଦ୍ବାର । ସିଂହ ଭଗବାନଙ୍କ ଧର୍ମ ସଂସ୍ଥାପନାର ଏକ ବିଶେଷ ଅବତାରର ସ୍ବରୁପ ଓ ଧର୍ମର ଉଦୟ କାରଣରୁ ପୂର୍ବଦ୍ବାରକୁ ସିଂହ ଦ୍ବାର କୁହାଯାଏ । ଏହି ଦ୍ବାର ଦେଇ ଭକ୍ତ, ଶ୍ରଦ୍ଧାଳୁ , ଆଦିଗୁରୁ ଶଙ୍କରାଚାର୍ଯ୍ୟ ପ୍ରବେଶ କରିଥାନ୍ତି । ପ୍ରଧାନତଃ ଏହା ଭକ୍ତି ଦ୍ବାର ଭାବେ ଅବିହିତ ।

ଦକ୍ଷିଣଦ୍ବାର

ବିଜୟ ମାର୍ଗ ଦକ୍ଷିଣ ପଥ, ଅଶ୍ବ ଦ୍ବାର । ଏହି ଦ୍ବାର ବିଜୟର ପ୍ରତୀକ । ଦିଗବିଜୟ ପାଇଁ ଏହି ଦ୍ବାରରେ ମହାରାଜା ପ୍ରବେଶ କରିଥାନ୍ତି । ମହାରାଜ ଦିଗବିଜୟ ଅଭିଲିପ୍ସା ରଖି ଏହି ଦ୍ବାର ଦେଇ ଶ୍ରୀମନ୍ଦିରେ ପ୍ରବେଶ କରିଥାନ୍ତି ।

ପଶ୍ଚିମଦ୍ବାର

କାମର ପ୍ରତୀକ ଶାର୍ଦ୍ଦୁଳ, ତାହା ସାଧନ ମାର୍ଗର ପୃଷ୍ଟଭାବ, ତେଣୁ ପଶ୍ଚିମ ଦ୍ବାରରେ ଶାର୍ଦ୍ଦୁଳ ବିଦ୍ୟମାନ । ପଶ୍ଚିମ ଦ୍ବାର ଦେଇ ଯୋଗୀ ସାଧକ ମାନେ ପ୍ରବେଶ କରିଥାନ୍ତି ।

ଉତ୍ତର ଦ୍ବାର

ଜଗଦ୍ଧାତ୍ରୀ ମହାଲକ୍ଷ୍ମୀଙ୍କ ପ୍ରତୀୟ ବାହାନ ଗଜ ତେଣୁ ଅର୍ଥ ପ୍ରତୀକ ଭାବେ ସେ ଉତ୍ତର ଦ୍ବାରର ପ୍ରତୀକ । ସାଧୁ ସନ୍ଥ, ଭଗବାନ ପ୍ରାପ୍ତି, ବୈରାଗୀ ମାନେ ପ୍ରବେଶ ଓ ପ୍ରସ୍ଥାନ କରିଥାନ୍ତି । ଉତ୍ତର ଦ୍ବାର ଦେଇ ତାନ୍ତ୍ରିକ, କାପାଳିକ ପ୍ରଭୁତି ପ୍ରବେଶ କରିଥାନ୍ତି । ଏହାମଧ୍ୟ ମୋକ୍ଷର ଦ୍ବାର । ମୋକ୍ଷ ମନ୍ଦିର ଶ୍ରୀମନ୍ଦିର । ଏହି ଚାରିଦ୍ବାର ଚତୁର୍ବର୍ଗ ଫଳପ୍ରାପ୍ତିର ପ୍ରତୀକ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2020, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.