ETV Bharat / city

ପୁରୀ ସହରରେ ଗୁଳିକାଣ୍ଡ, ଜଣେ ଆହତ

ପୁରୀ ସହରରେ ଗୁଳିକାଣ୍ଡ । ଏଥିରେ ଜଣେ ଯୁବକ ଆହତ ହେବା ପରେ ପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

firing in puri
ପୁରୀ ସହରରେ ଗୁଳିକାଣ୍ଡ
author img

By

Published : Feb 4, 2020, 9:29 PM IST

ପୁରୀ: ପୁରୀ ସହରରେ ପୁଣି ଗୁଳିକାଣ୍ଡ। କୁମ୍ଭାରପଡା ଥାନା ଦତ୍ତ ତୋଟା ଅଞ୍ଚଳରେ ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

ତେବେ ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ଯୁବକ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଆହତ ଯୁବକ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଛାତ୍ର ଜନ୍ମେଜୟ ମନ୍ତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସନ୍ଧ୍ୟାରେ ଜନ୍ମେଜୟ କୌଣସି ଏକ କାମରେ ନିଜ ଘରୁ ବାହାରି ଯାଉଥିଲେ। ଏତିକି ବେଳେ ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ତାଙ୍କୁ ଅଟକାଇ ମୋବାଇଲ ଫୋନ ଛଡାଇବା ସହ ଗଣ୍ଡଗୋଳ କରିଥିଲେ।

ଏହାର ପ୍ରତିରୋଧ କରିବାରୁ ଉକ୍ତ ଦୁଇ ଜଣ ଯୁବକ ପାଖରେ ରଖି ଥିବା ପିସ୍ତଲ କାଢି ଏକ ରାଉଣ୍ଡ ଗୁଳିକରି ଫେରାର ହୋଇ ଯାଇଥିଲେ। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଗୁଳିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ । ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ସହରରେ ଗୁଳିକାଣ୍ଡ, ଜଣେ ଆହତBody:ପୁରୀ ସହର ରେ ପୁଣି ଗୁଳି କାଣ୍ଡ। କୁମ୍ଭାର ପଡା ଥାନା ଦତ୍ତ ତୋଟା ଅଞ୍ଚଳରେ ସନ୍ଧ୍ୟାରେ ଏକ ଗୁଳି କାଣ୍ଡ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇ ଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ପୁରୀ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତି କରଯାଇଛି। ତେବେ ଯୁବକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି। ଅଳ୍ପରେ ମୃତ୍ୟୁ ମୁଖ ରୁ ବଂଚି ଯାଇ ଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ଜନ୍ମେଜୟ ମନ୍ତ୍ରୀ ଓ ସେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଛାତ୍ର ବୋଲି ଜଣାପଡିଛି। ତେବେ ଗୁଳି କାଣ୍ଡ ର କାରଣ ସ୍ପଷ୍ଟ ଜଣା ପଡି ନ ଥିବା ବେଳେ ପୋଲିସ ଘଟଣା ତଦନ୍ତ କରୁଛି। ତେବେ ମିଳି ଥିବା ସୂଚନା ଅନୁଯାୟୀ ସନ୍ଧ୍ୟାରେ ଜନ୍ମେଜୟ କୌଣସି ଏକ କାମରେ ନିଜ ଘରୁ ବାହାରି ଯାଉଥିଲେ। ଏତିକି ବେଳେ ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ତାଙ୍କୁ ଅଟକାଇ ମୋବାଇଲ ଫୋନ ଛଡ଼ାଇବା ସହ ଗଣ୍ଡଗୋଳ କରିଥିଲେ। ଏହାର ପ୍ରତିରୋଧ କରିବାରୁ ଉକ୍ତ ଦୁଇ ଜଣ ଯୁବକ ପାଖରେ ରଖି ଥିବା ପିସ୍ତଲ କାଢି ଏକ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇ ଥିଲେ। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଖେଳି ଯାଇ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରଂଭ କରିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.