ETV Bharat / city

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି, ମୁହାଁମୁହିଁ BJP-BJD - କଂଗ୍ରେସ ଓ ବିଜେପି

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା, ଅଡିଓ ଭାଇରାଲ ପରେ ତେଜିଲା ରାଜନୀତି, ନିମାପଡାରେ ବିଜେପି ଓ ବିଜେଡି ମୁହାଁମୁହିଁ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ସାହୁ ମୃତ୍ୟୁକୁ ତେଜୁଛି ରାଜନୀତି, ମୁହାଁମୁହିଁ BJP-BJD

author img

By

Published : Sep 29, 2022, 8:26 AM IST

Updated : Sep 29, 2022, 10:18 AM IST

ପୁରୀ: ଗୋପ ବ୍ଲକ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ମୀ । ବିଜେପି ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ କଂଗ୍ରେସ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି । ଭୁବନେଶ୍ବରରେ ମନ୍ତ୍ରୀଙ୍କ ୟୁନିଟ 6 ସ୍ଥିତ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁକୁ ତେଜୁଛି ରାଜନୀତି, ମୁହାଁମୁହିଁ BJP-BJD

ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ, ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀ ?

ସେହିପରି ବୁଧବାର ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପୁରୀ ନିମାପଡାରେ ବିଜେପି ରାସ୍ତାକୁ ଓହ୍ଲାଇ ମନ୍ତ୍ରୀ ସମିର ଦାଶଙ୍କ ଇସ୍ତଫା ନେଇ ସ୍ଲୋଗାନ ଦେଇଥିଲା । ଯାହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । କିଛି ବିଜେପି କର୍ମୀ ନିମାପଡା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସ୍ଲୋଗାନ ଦେଉଥିଲା ବେଳେ ବିଜେଡି କର୍ମୀ ଏହାକୁ ପ୍ରତିବାଦ କରିବାରୁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସ ମଧ୍ୟ ନିୟନ୍ତ୍ରଣ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏହାପରେ ଉଭୟ ଦଳ ନିମାପଡା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ନଜର ରଖିଛି। ନିମାପଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ନେଇ ବିବାଦ ଲାଗି ରହିଥିବା ବେଳେ ବୁଧବାର ସାମ୍ନାକୁ ଆସିଛି ଏକ ଫୋନ କଲ ରେକର୍ଡ଼ିଂ । ଯେଉଁଥିରେ କି ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହୁଥିବା ଶୁଣିବାକୁ ମିଳିଛି । ସମୀର ଦାଶ ଏବଂ ଅନ୍ୟ 4ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ଖୋଲାଖୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଖବରକୁ ଲୋକଲୋଚନକୁ ଆଣିବାକୁ ସେ ବାରମ୍ବାର କହୁଛନ୍ତି । ଏହାକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ''ଭାଇରାଲ ହେଉଥିବା ଅଡିଓ ଟେପରୁ ଜଣାପଡୁଛି ଧର୍ମେନ୍ଦ୍ର ମନ୍ତ୍ରୀଙ୍କ ନାଁ ନେଇଛନ୍ତି । କେଉଁଠି ନା କେଉଁଠି ଏହି ପୁରା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାବାସୀ ମଧ୍ୟ ଜାଣି ସାରିଲେଣି ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛି । ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଉ'' ।

ସେପଟେ ଭାଇରାଲ ଅଡିଓକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗିରଫ ଦାବିରେ ବୁଧବାର ବିରୋଧ ପ୍ରଦର୍ଶନ କରାଯାଇଥିଲା ଛାତ୍ର କଂଗ୍ରେସ । ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ କରିବା ସମୟରେ ପୋଲିସ ସହିତ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସର ନେତା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଛାତ୍ର କଂଗ୍ରେସର ଦାବି ମନ୍ତ୍ରୀଙ୍କୁ ଗିରଫ କରାଯାଉ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ।

Last Updated : Sep 29, 2022, 10:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.