ETV Bharat / city

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ବାସେଳୀ ସାହିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Aug 7, 2021, 3:04 PM IST

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ଦୀର୍ଘଦିନ ପରେ ପୁଣି ଆଜି(ଶନିବାର)ଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୭୫ ମିଟର ଐତିହ୍ୟ କରିଡରର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରୁ ଆରମ୍ଭ ହୋଇଛି ଏହି ଉଚ୍ଛେଦ ପ୍ରକ୍ରିୟା ।

ଗତ କିଛି ଦିନ ପାଇଁ ଲକଡାଉନ ଯୋଗୁଁ ବନ୍ଦ ଥିଲା ଏହି ଉଚ୍ଛେଦ ପ୍ରକ୍ରିୟା । ରାଜ୍ୟରେ ସଂକ୍ରମଣରେ ସୁଧାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଥିବା ୩ଟି ଘରର ଏଭିକ୍ସନ ଆରମ୍ଭ କରାଯାଇଛି । ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ସିଟି DSPଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି ।

ତେବେ ସୂଚନା ଥାଉ କି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ପରିଧି ମଧ୍ୟରେ ଆସୁଥିବା ଘର ଗୁଡିକୁ ଭଙ୍ଗାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.