ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

author img

By

Published : Jan 27, 2020, 1:08 PM IST

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ଏହି କ୍ରମରେ ଆଜି(ସୋମବାର) ଗଡନ୍ତି ଛକରେ ଥିବା ହାବେଳୀ ମଠକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ମଠ କର୍ତ୍ତୃପକ୍ଷଙ୍କୁ ଏନେଇ ସରକାରୀ ନୋଟିସ ହୋଇଥିଲା।

eviction continue in puri
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ଏହି କ୍ରମରେ ଆଜି(ସୋମବାର) ଗଡନ୍ତି ଛକରେ ଥିବା ହାବେଳୀ ମଠକୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ମଠ କର୍ତ୍ତୃପକ୍ଷଙ୍କୁ ଏନେଇ ସରକାରୀ ନୋଟିସ ହୋଇଥିଲା।

ଆଜି(ସୋମବାର) ସକାଳେ ମେସିନ ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ଅଘଟଣ ଆଶଙ୍କାକୁ ଦୃଷ୍ଟିରେ ରଖି ଉଚ୍ଛେଦ ସ୍ଥାନରେ ଅଗ୍ନିଶମ ବାହିନୀ ଓ ଶାନ୍ତି ଶୃଙ୍ଖଳା ନେଇ ପୋଲିସ ଫୋର୍ସ ମୁତୟନ ରହିଥିଲେ ।

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ଜାରି

ତେବେ ହାବେଳି ମଠ ପରେ କଟକି ମଠ ଉଛେଦ ହେବ । ଏନେଇ ଆବଶ୍ୟକ ସରକାରୀ ପ୍ରକ୍ରିୟା ଦୁଇ ଦିନ ଭିତରେ ସରିବା ପରେ କଟକି ମଠ ଉଚ୍ଛେଦ ହେବ । ମଠ ଉଚ୍ଛେଦବେଳେ ନିୟମ ଅନୁଯାୟୀ ମଠରେ ଥିବା ଠାକୁରଙ୍କ ବିଜେସ୍ଥଳି, ରୋଷଘର ଓ ମହନ୍ତଙ୍କ ଗାଦୀ ଗୃହକୁ ସୁରକ୍ଷିତ ରଖାଯାଇଛି।

ଅନ୍ୟ ଗୁଡିକ ଭଙ୍ଗା ଯାଉଛି। ମଠ ଗୁଡିକୁ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଶ୍ରୀମନ୍ଦିରର 100 ମିଟର ଭିତରେ ଜାଗା ଦିଆଯାଇ ମଠ ପାଇଁ ନୂତନ ଗୃହ କରାଯିବ ବୋଲି ସରକାରଙ୍କ ପକ୍ଷରୁ ମଠାଧିଶ ସହିତ ଚୁକ୍ତି ହୋଇଛି। ଏନେଇ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପଟେ ଉଚ୍ଛେଦ ହୋଇଥିବା ସ୍ଥାନକୁ ଯଥା ଶୀଘ୍ର ସଫେଇ କରାଯାଇ ସମତୁଲ ମଧ୍ୟ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଉଛେଦ ଜାରିBody:ଶ୍ରୀମନ୍ଦିର ସୁରକ୍ଷା ଯୋନ ରେ ଉଛେଦ ପ୍ରକ୍ରିୟା ଚାଲୁ ରହିଛି। ଏହି କ୍ରମରେ ଆଜି ଗଡନ୍ତି ଛକ ରେ ଥିବା ହାବେଳୀ ମଠ କୁ ଉଛେଦ କରାଯାଇଛି। ପୂର୍ବରୁ ମଠ କର୍ତ୍ତୃପକ୍ଷ ଙ୍କୁ ଏ ନେଇ ସରକାରୀ ନୋଟିସ ହୋଇ ଥିଲା। ଆଜି ସକାଳେ ମେସିନ ସାହାଯ୍ୟ ରେ ଉଛେଦ କରାଯାଇଛି। ଅଘଟଣ ଅସଙ୍କା କୁ ଦୃଷ୍ଟିରେ ରେ ରଖି ଉଛେଦ ସ୍ଥାନ ରେ ଅଗ୍ନିଶମ ବାହିନୀ ଓ ଶାନ୍ତି ଶୃଙ୍ଖଳା ନେଇ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଉଛେଦ ହାବେଳି ମଠ ପରେ କଟକି ମଠ ଉଛେଦ ହେବ। ଏ ନେଇ ଆବଶ୍ୟକ ସରକାରୀ ପ୍ରକ୍ରିୟା ଦୁଇ ଦିନ ଭିତରେ ସରିବା ପରେ କଟକି ମଠ ଉଛେଦ ହେବ। ତେବେ ମଠ ଉଛେଦ ବେଳେ ନିୟମ ଅନୁଯାୟୀ ମଠ ରେ ଥିବା ଠାକୁର ଙ୍କ ବିଜେ ସ୍ଥଳି , ରୋଷ ଘର ଓ ମହନ୍ତ ଙ୍କ ଗାଦୀ ଗୃହ କୁ ସୁରକ୍ଷିତ ରଖାଯାଇଛି। ଅନ୍ୟ ଗୁଡିକ ଭଙ୍ଗା ଯାଉଛି। ଉଛେଦ ମଠ ଗୁଡିକୁ ଉଛେଦ ପ୍ରକ୍ରିୟା ସରିବା ପରେ ଶ୍ରୀମନ୍ଦିର ର 100 ମିଟର ଭିତରେ ଜାଗା ଦିଆଯାଇ ମଠ ପାଇଁ ନୂତନ ଗୃହ କରାଯିବ ବୋଲି ସରକାର ଙ୍କ ପକ୍ଷରୁ ମଠଧିସ ସହିତ ଚୁକ୍ତି ହୋଇଛି। ଏ ନେଇ ମଧ୍ୟ ସୁପ୍ରିମକୋର୍ଟ ଙ୍କ ନିକଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପଟେ ଉଛେଦ ହୋଇ ଥିବା ସ୍ଥାନ କୁ ଯଥା ଶୀଘ୍ର ସଫେଇ କରାଯାଇ ସମତୁଲ ମଧ୍ୟ କରାଯାଉଛି।

ବାଇଟ,, ବିଜୟ ରାମାନୁଜ ,, କଟକି ମଠ ମହନ୍ତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.