ETV Bharat / city

କୋରୋନା କଟକଣା ସହ କୋଣାର୍କରେ ହେବ ଇକୋ ରିଟ୍ରିଟ, ସଜବାଜ ଆରମ୍ଭ - puri beach festival

ଗତ ବର୍ଷ ଭଳି ଚଳିତ ବର୍ଷ ବି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଝଲସିବ । ପ୍ରାକୃତିକ ପରିବେଶକୁ ଉପଭୋଗ କରିବେ ପର୍ଯ୍ୟଟକ । ରାମଚଣ୍ଡୀ ମୁହାଣ ନିକଟରେ ହେବ ଇକୋ ରିଟ୍ରିଟ । ଏନେଇ ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ...

କୋରୋନା କଟକଣାରେ ହେବ କୋଣାର୍କରେ ଇକୋ ରିଟ୍ରିଟ, ସଜବାଜ ଆରମ୍ଭ

author img

By

Published : Nov 4, 2020, 10:59 AM IST

Updated : Nov 4, 2020, 11:17 AM IST

ପୁରୀ: କୋରୋନା ମହାମାରୀ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇକୋ ରିଟ୍ରିଟର ମଜା ନେବେ ପର୍ଯ୍ୟଟକ । କୋରୋନା କଟକଣା ମଧ୍ୟରେ ଚନ୍ଦ୍ରଭାଗା ମୁହାଣରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌ । ପର୍ଯ୍ୟଟକଙ୍କ ଖୁସିକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ଏଥର ତିନି ମାସ ପର୍ଯ୍ୟନ୍ତ ଚାଲିବ ଇକୋ ରିଟ୍ରିଟ ଫେଷ୍ଟିଭାଲ ।

କୋରୋନା କଟକଣାରେ ହେବ କୋଣାର୍କରେ ଇକୋ ରିଟ୍ରିଟ, ସଜବାଜ ଆରମ୍ଭ

ଏହାପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପର୍ଯ୍ୟଟନ ସଚିବ ସଚିନ ଆର. ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ଏନେଇ ପର୍ଯ୍ୟଟନ ସଚିବ କହିଛନ୍ତି କି, ପୁରୀ କୋଣାର୍କ ପର୍ଯ୍ୟଟନ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଦୃଷ୍ଟିରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କୋଣାର୍କ ସମେତ 4 ଅନ୍ୟ ସ୍ଥାନରେ ଚଳିତ ବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଚଳିତ ବର୍ଷ ଇକୋ ରିଟ୍ରିଟ ଆୟୋଜନ ହେବ । ଚଳିତ ବର୍ଷ ଅଧିକ ପର୍ଯ୍ୟଟକ ଆସିବେ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ କୋଣାର୍କ ଇକୋ ରିଟ୍ରିଟ 50ଟି ଅତ୍ୟାଧୁନିକ ଟେଣ୍ଟ ହେବ । ସମସ୍ତ ଆନୁଷଙ୍ଗିକ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ । ଏହାବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାମୁଦ୍ରିକ କ୍ରୀଡା, ପାରା ସେଲିଂ, ଯୋଗ ମଧ୍ୟ ଅନୁଷ୍ଠିତ ହେବ । ପୂର୍ବବର୍ଷ ପ୍ରଥମ ଇକୋ ରିଟ୍ରିଟ ବେଶ ସଫଳ ହୋଇ ଥିବା ଯୋଗୁଁ ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ବେଶ ସଫଳ ହେବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ଆଶା ରଖିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 4, 2020, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.