ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ କାକୁଡି ଖାଇ ଛକରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଘଟିଛି ଅଘଟଣ। ଜଣେ ଜେସିବି ଡ୍ରାଇଭର ଉଚ୍ଛେଦ କାର୍ଯ୍ୟ କରୁଥିବାବେଳେ ଆହତ ହୋଇଛନ୍ତି। ଏହି ସମୟରେ ଏକ ବିଲ୍ଡିଂର କାନ୍ଥ ଖସି ଜେସିବି ଉପରେ ପଡିବାରୁ ଡ୍ରାଇଭର ଆହତ ହୋଇଛନ୍ତି। ଆହତ ହୋଇଥିବା ଡ୍ରାଇଭର ଜଣକ ହେଉଛନ୍ତି ଲକ୍ଷ୍ମୀଧର ମୁଦୁଲି। ତାଙ୍କ ଗୋଡରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁରୀ ଉପଜିଲ୍ଲାପାଳ ଭଵ ତରଣ ସାହୁ ସେଠାରେ ଉପସ୍ଥିତ ରହି ଆହତ ବ୍ୟକ୍ତିଙ୍କ ଚିକିତ୍ସା ବାବଦରେ ତଦାରଖ କରୁଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ