ETV Bharat / city

ଲେଜର ସ୍କାନିଂ ମାଧ୍ୟମରେ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ

ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ । ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ । ଅଧିକ ପଢନ୍ତୁ...

ଲେଜର ସ୍କାନିଂ ମାଧ୍ୟମରେ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ
ଲେଜର ସ୍କାନିଂ ମାଧ୍ୟମରେ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ
author img

By

Published : Jul 3, 2021, 5:05 PM IST

ପୁରୀ: ଶ୍ରୀମନ୍ଦିରରେ ନୂଆ ଆଲୋକୀକରଣ ବ୍ୟବସ୍ଥା ନେଇ ASI ଅଧିକାରୀଙ୍କ ପରିଦର୍ଶନ । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ । ବିଶେଷକରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ । ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଏ ଲେଜର ସ୍କାନିଂ ଦ୍ବାରା ଜଣାପଡିବ ବୋଲି ASI ପକ୍ଷରୁ କୁହାଯାଇଛି । ଏହାଛଡା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ଏହି ସମୟରେ କରାଯିବ ବୋଲି ASI ସୂଚନା ଦେଇଛି।

ଲେଜର ସ୍କାନିଂ ମାଧ୍ୟମରେ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟେସନ

ଆହୁରି ମଧ୍ୟ, ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ବାରା ଆଚ୍ଛାଦିତ କରାଯିବ । ପ୍ରାୟ ଦେଢ କୋଟି ଟଙ୍କା ବିନିମୟରେ ଆସନ୍ତା ତିନି ମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ASI ପକ୍ଷରୁ କୁହାଯାଇଛି । ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି । ଆଜି ହେଉଥିବା ଛତିଶାନିଯୋଗ ବୈଠକରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.