ପୁରୀ: କୋଭିଡ କଟକଣା ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ (Suna Besha) ଦେଖି ପାରିବେନି ଶ୍ରଦ୍ଧାଳୁ । ଗୁରୁବାର ପଞ୍ଚୁକ ନୀତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି (ଶୁକ୍ରବାର) ମହାପ୍ରଭୁ ସୁନାବେଶ ତଥା ରାଜଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ ।
ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦରରେ କୋଭିଡ କଟକଣା ଲାଗୁ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହାକୁ ନେଇ ଭକ୍ତଙ୍କ ଗହଣରେ ନିରାଶା ଦେଖାଦେଇଛି ।
ସେପଟେ ଆସନ୍ତାକାଲି (ଶୁକ୍ରବାର) କାର୍ତ୍ତିକପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଆଜି(ଗୁରୁବାର) ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ