ପୁରୀ: ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ଚନ୍ଦ୍ରଭାଗା ପ୍ରସିଦ୍ଧ ମାଘ ମେଳା । ଗତବର୍ଷ ଭଳି ଏଥର ମଧ୍ୟ ମାଘ ସପ୍ତମୀରେ ବୁଡ ପକାଇବାରୁ ବଞ୍ଚିତ ହେବେ ଭକ୍ତ । କୋଭିଡ କଟକଣା ଭିତରେ ମାଘ ମେଳା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏହି ମେଳାରେ କେବଳ ସେବାୟତ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ କରାଯିବ । ରୀତିନିତି ଅନୁସାରେ ମାଘ ସପ୍ତମୀର ସମସ୍ତ କାର୍ଯ୍ୟ ତ୍ବରାନିତ ହେବ । କୋଣାର୍କ ଯାତ୍ରୀ ନିବାସ ଠାରେ ଆୟୋଜିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦିଆଯାଇଛି ।
ଏହାବି ପଢନ୍ତୁ : ଜୁଲାଇ ପହିଲାରେ ରଥଯାତ୍ରା, ୧୦ରେ ମହାପ୍ରଭୁଙ୍କ ସୁନାବେଶ
ଏ ବୈଠକରେ ପୁରୀ ଉପଜିଲ୍ଲାପାଳ, ବରିଷ୍ଠ ଅଧିକାରୀଙ୍କ ସମେତ କୋଣାର୍କ ଏନଏଏସି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଆସନ୍ତା 6 ଓ 7 ତାରିଖରେ ମାଘ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକଙ୍କ ସମାଗମ ଯେଭଳି ନ ହୁଏ ସେଥିପାଇଁ 144 ଧାରା ଲାଗୁ ସହ ଚନ୍ଦ୍ରଭାଗାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ବୋଲି ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ