ETV Bharat / city

ରାଜରାଜେଶ୍ବର ବେଶରେ ମହାବାହୁ, ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ - devotee visit puri on kartika purima

ଆଜି ମହାପ୍ରଭୁ ରାଜରାଜେଶ୍ବର ବେଶରେ ବିଭୂଷିତ ହୋଇଛନ୍ତି । ଆଉ କାଳିଆ ସାଆନ୍ତକୁ ଟିକେ ଦେଖିବା ପାଇଁ ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । କୋରୋନା କଟକଣା ଥିବାରୁ ମନ୍ଦିର ବାହାରୁ ଦର୍ଶନ କରି ଫେରି ଯାଉଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ରାଜରାଜେଶ୍ବର ବେଶରେ ମହାବାହୁ, ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ସୁଟୁଛି ଭକ୍ତଙ୍କ ସୁଅ

author img

By

Published : Nov 30, 2020, 12:44 PM IST

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତେ । ରାଜରାଜେଶ୍ବର ବେଶକୁ ସୁନାବେଶର ଅନୁରୂପ ବେଶ କୁହାଯାଏ । ଆଜି ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ ।

ରାଜରାଜେଶ୍ବର ବେଶରେ ମହାବାହୁ, ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ସୁଟୁଛି ଭକ୍ତଙ୍କ ସୁଅ

ହେଲେ ଭକ୍ତ-ଭଗବାନ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଥିବା କୋରୋନା ରୂପକ ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଫଳରେ ସିଂହଦ୍ବାରରୁ ମୁଣ୍ଡିଆ ମାରି ପତିତପାବନଙ୍କୁ ଦର୍ଶନ କରି ଫେରୁଯାଉଛନ୍ତି ଭକ୍ତ । ଗୋଟେ ପଟେ କୋରୋନା କଟକଣା ଅନ୍ୟପଟେ ଡଙ୍ଗା ଭସା ଉପରେ ପ୍ରଶାସନର ରୋକ ଭକ୍ତକୁ ନିରାଶ କରିଛି ।

ପ୍ରକାଶ ଥାଉକି, କୋରୋନା ମହାମାରୀ ଯୋଗୁଁ ଗତ 8 ମାସ ହେଲା ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ହେଲେ କୋରୋନା କଟକଣା ମଧ୍ୟରେ କାଳିଆ ସାଆନ୍ତର ନେତକୁ ଟିକେ ଦେଖିବା ଭକ୍ତ ଧାଇଁ ଆସୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ନ ହେଲେ ବି ସେବାୟତଙ୍କ ଠାରୁ ତୁଳସୀ ଟିକେ ପାଇ ଫେରି ଯାଉଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.