ETV Bharat / city

ପୁରୀରେ 'ଫନି' ପୋଛି ନେଲା ପାନବରଜ

ବାତ୍ୟା ଫନି ଉଜାଡି ଦେଇଛି ସବୁକିଛି। ଫନି ମାଡ ଭାଙ୍ଗିଦେଲା ପୁରୀ ପାନ ଚାଷୀଙ୍କ ହାଡ। ଏବେ ମାଟିରେ ମିଶିଯାଇଛି ପାନଚାଷୀଙ୍କ ଝାଳବୁହା ପରିଶ୍ରମ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ପାନବରଜ ଠିଆ କରିଥିବା ଚାଷି ପୁଣି ବରଜ ଠିଆ କରିବାକୁ ଚିନ୍ତାରେ ପଡିଯାଇଛି।

author img

By

Published : May 6, 2019, 11:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ପୁରୀ: ଫନି ମାଡ ଭାଙ୍ଗିଦେଲା ପୁରୀ ପାନ ଚାଷୀଙ୍କ ହାଡ। ଏବେ ମାଟିରେ ମିଶିଯାଇଛି ପାନଚାଷୀଙ୍କ ଝାଳବୁହା ପରିଶ୍ରମ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ପାନବରଜ ଠିଆ କରିଥିବା ଚାଷି ପୁଣି ବରଜ ଠିଆ କରିବାକୁ ଚିନ୍ତାରେ ପଡିଯାଇଛି।

ଗୋଟିଏ ପଟେ ଅଭାବୀ ସଂସାର ଅନ୍ୟପଟେ ଅଦିନିଆ ଝଡ ବାତ୍ୟା । ଯାହା ପାନ ଗଛସବୁକୁ ପୋଛି ନେଇଛି। ବର୍ତ୍ତମାନ ଏହା ପାନ ଗଛ ଲଗାଇବାର ସିଜନ ହୋଇନଥିବା ବେଳେ ପବନ ମାଡରେ ତଳେ ପଡିଥିବା ପାନକୁ କିପରି ବଞ୍ଚାଇବ ସେ ନେଇ ପ୍ରାଣପଣେ ଉଦ୍ଯମ କରୁଛି ଚାଷୀ। ତେବେ ପାଖୁଡି ,ବତା ବାନ୍ଧି ପୁଣି ଥରେ ବରଜ ଠିଆ କରିବା ଚାଷୀ ପାଇଁ ହୋଇଛି ବଡ ମୁସ୍କିଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହା ମଧ୍ୟରେ ଅନେକ ସ୍ଥାନରେ ଗଛ ବଞ୍ଚାଇବାର ଆଶାରେ ପାନ ଗଛକୁ ଠିଆ କରିବାକୁ ଚେଷ୍ଟା କରୁଛନ୍ତି ଅନେକ ଚାଷୀ। ହେଲେ ଏସବୁରେ ବାଧକ ସାଜୁଛି ପାଣିର ଅଭାବ ଓ ବିଦ୍ଯୁତ ବିଛିନ୍ନ । ପମ୍ପ ଯୋଗେ ପାଣି ଉଠାଇ ନଦେଲେ ଗଛ ମରିଯିବାର ଭୟ। ବଜାରରେ ଡିଜେଲ ମିଳୁନଥିବା ବେଳେ ରେଜାରେ ଚଢା ଦରରେ ବିକ୍ରି ଚାଷୀ ପାଇଁ ଚିନ୍ତାର କାରଣ ସୃଷ୍ଟି କରିଛି।

ପୁରୀ ଜିଲ୍ଲା ରଟିଲୋ, ପିପିଲି, ଡେଲାଙ୍ଗ, କାକଟପୁର, ନିମାପଡା, ଗୋପ ବ୍ଲକର ଅନେକ ପାନ ଚାଷିଙ୍କ ଏପରି ଅବସ୍ଥା। ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିବା ବେଳେ ସହାୟତା ରାଶି ମିଳିବକି ନାହିଁ ସେ ନେଇ ଚିନ୍ତାରେ ପଡିଛନ୍ତି ପାନଚାଷୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ଫନି ମାଡ ,ପୁରି ଭାଙ୍ଗିଦେଲା ପାନଚାଷିଙ୍କ ହାଡ
ଫନି ପ୍ରଭାବରେ ପାନ ଚାଷି। ବରଜ ମାଟିରେ ମିଶିଥିବା ବେଳେ ଚିନ୍ତାରେ ପାନଚାଷି। ଲକ୍ଷ ଲକ୍ଷ ଟଂକା ଖର୍ଚ କରି ପାନ ବରଜ ଠିଆ କରିଥିବା ଚାଷି ପୁଣି ବରଜ ଠିଆ କରିବାକୁ ଚିନ୍ତାରେ ପଡିଛି। କାରଣ ପାନ ଗଛ ଲଗାଇବାର ସିଜନ ଏ ହୋଇନଥିବା ବେଳେ ପବନ ମାଡରେ ତଳେ ପଡିଥିବା ପାନକୁ କିପରି ବମଚାଇବ ସେ ନେଇବପ୍ରାଣପଣେ ଉଦ୍ଯମ କରୁଛି। ତେବେ ପାଖୁଡି ,ବତା ବାନ୍ଧି ପୁଣି ଥରେ ବରଜ ଠିଆନକରି ଚାଷି ପାଇଁ ହୋଇଛି ବଡ ମୁସ୍କିଲ। ଲକ୍ଷ ଲକ୍ଷ ଟଂକାର ପାନ ମାଟିରେ ମିଶି ଯାଇଛି। ତାରି ଭିତରେ ଅନେକ ସ୍ଥାନରେ ଗଛ ବଂଚିବାର ଆଶାରେ ପାନ ଗଛକୁ ଠିଆ କରିବାକୁ ଚେଷ୍ଟ କକୁଛନ୍ତି ଅନେକ ଚାଷି। ସେପଟେ ପାଣିର ଅଭାବ। ବିଦ୍ଯୁତ ବିଛିନ୍ନ । ପମ୍ପ ଯୋଗେ ପାଣି ଉଠାଇ ନଦେଲେ  ଗଛ ମରିଯିବାର ଭୟ। ଡିଜେଲ ମିଳୁ ନଥିବା ବେଳେ ରେଜାରେ ଚଢା ଦରରେ ବିକ୍ରି  ଚାଷି ପାଇଁ ଚିନ୍ତା ଜନକ ସୁୃଷ୍ଟି କକିଛି। ପିପିଲି,ଡେଲାଙ୍ଗ,କାକଟପୁର,ନିମାପଡା,ଗୋପ ବ୍ଲକର ଅନେକ ପାନ ଚାଷିଙ୍କ ଏପରି ଅବସ୍ଥା। ବର୍ତମାନ ସୁଦ୍ଧା ପ୍ରଶାସନିକ ସ୍ଥରରେ ଦେଖିବାକୁ ମିଳି ନଥିବା ବେଳେ ସହାୟତା ରାଶି ମିଳି ବକି ନାହିଁ ସେ ନେଇ ବି ଟେନସନରେ ପଡିଛନ୍ତି। 
ବାଇଟ-ମାଉସି
ବାଇଟ-କୈଳାସ ସାହୁ ପାନ ଚାଷି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.