ETV Bharat / city

ଶ୍ରୀକ୍ଷେତ୍ରରେ କର୍ଫ୍ୟୁ କୋହଳ, ଖୋଲିବନି ଦୋକାନ ବଜାର

author img

By

Published : Jul 21, 2021, 8:13 AM IST

ବାହୁଡା ଯାତ୍ରାରେ ଲାଗିଥିବା କର୍ଫ୍ୟୁ ସାମାନ୍ୟ କୋହଳ । ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ 144 ଧାରା ବଳବତ୍ତର ରହିଛି। ଅଧିକ ପଢନ୍ତୁ...

24 hour curfew in Puri
ଶ୍ରୀକ୍ଷେତ୍ରରେ ଲାଗିଥିବା କର୍ଫ୍ୟୁରେ ସାମାନ୍ୟ କୋହଳ

ପୁରୀ: ବାହୁଡା ଯାତ୍ରାରେ ଲାଗିଥିବା କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି। କିନ୍ତୁ ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ 144 ଧାରା ବଳବତ୍ତର ରହିଛି। କର୍ଫ୍ୟୁ ଲାଗିଥିବା ଅଞ୍ଚଳକୁ ତଥା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ ରହିବ। କୌଣସି ଯାନବାହନ ଚଳାଚଳ କରି ପାରିବ ନାହିଁ ବୋଲି ସୂଚନା ମିଳିଛି।

କୌଣସି ହୋଟେଲ , ଲଜ, ଦୋକାନ , ବଜାର ମଧ୍ୟ ଖୋଲି ପାରିବ ନାହିଁ। ଏହି ନିୟମ ବୁଧବାର ସକାଳ 6 ଟାରୁ ଲାଗୁହେବ। ଏହା ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଦଳବତ୍ତର ରହିବ। ସୁନାବେଶ , ଅଧର ପଣା ଓ ନିଳାଦ୍ରୀ ବିଜେରେ ଏହି କଟକଣା ରହିବ। ପୁରୀ ଜିଲ୍ଲାପାଳ ଏହି ନିର୍ଦେଶନାମା ଜାରି କରିଛନ୍ତି। ଆଇନ ଉଲଘଂନ କଲେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.