ETV Bharat / city

କାଳିଆ ଦର୍ଶନରେ ଆଉ ନାହିଁ କଟକଣା, ଲାଗୁ ହେଲା ନୂଆ SOP - ଶ୍ରୀମନ୍ଦିର ଖବର

ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା । ଏଣିକି ଆଉ ଜଗା ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ଟିକାର ପ୍ରମାଣପତ୍ର । ଆଜି ଠାରୁ ବିନା କୋଭିଡ ପ୍ରମାଣପତ୍ରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କାଳିଆ ଦର୍ଶନରେ ଆଉ ନାହିଁ କଟକଣା
କାଳିଆ ଦର୍ଶନରେ ଆଉ ନାହିଁ କଟକଣା
author img

By

Published : Feb 21, 2022, 9:21 AM IST

Updated : Feb 21, 2022, 11:09 AM IST

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେଲା ନୂଆ ଏସଓପି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଏଣିକି ଆଉ ଜଗା ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ଟିକାର ପ୍ରମାଣପତ୍ର (Devotees can visit the Puri Srimandir without a Covid vaccination certificate ) । ଆଜି ଠାରୁ ବିନା କୋଭିଡ ପ୍ରମାଣପତ୍ରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । କାଳିଆକୁ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । ନୀତି ସେବକ କମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।

କାଳିଆ ଦର୍ଶନରେ ଆଉ ନାହିଁ କଟକଣା

ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଟୀକା ପ୍ରମାଣ ପତ୍ରର ଆଵଶ୍ୟକତା ନାହିଁ । ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି। କିଅସ୍କ ହଟିବା ପରେ ଶ୍ରଦ୍ଧାଳୁଙ୍କୁ ଆଉ ଲମ୍ବା ସମୟ ପ୍ରତୀକ୍ଷା କରିବାକୁ ପଡୁନାହିଁ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ପ୍ରମାଣ ପତ୍ରର ଆଵଶ୍ୟକତା ଆଉ ନାହିଁ । ନୂତନ ମାର୍ଗଦର୍ଶିକା ଅନୁଯାୟୀ ସକାଳ 6 ରୁ ରାତ୍ରି 9 ପର୍ଯ୍ୟନ୍ତ ଦର୍ଶନର ସୁବିଧା ପାଇବେ ଶ୍ରଦ୍ଧାଳୁ ।

ପୂର୍ବ ଭଳି ପୂର୍ବ ଦ୍ବାର ତଥା ସିଂହ ଦ୍ବାର ଦେଇ ଶୃଙ୍ଖଳିତ ଭାବେ ଧାଡିରେ ଶ୍ରୀମନ୍ଦିର ପ୍ରବେଶ କରିବା ସହ ଉତ୍ତର ଓ ଦକ୍ଷିଣ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଛି । ଧାଡିରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ରବିବାରକୁ ଛାଡି ସପ୍ତାହରେ 6 ଦିନ ଜଗା ଦର୍ଶନର ସୁବିଧା ସୁଯୋଗ ପାଇ ପାରିବେ ଶ୍ରଦ୍ଧାଳୁ । ରବିବାର ଶ୍ରୀମନ୍ଦିର ବିଶୋଧନ ଉଦ୍ଦେଶ୍ୟରେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପୂର୍ବରୁ ଅଗଷ୍ଟ 2021 ରେ ଦୀର୍ଘ 4 ମାସ ପ୍ରତିକ୍ଷା ପରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, କୋରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଦୁଇ ଡୋଜ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ରହିଥିଲା ।

ଅନେକ ସମୟରେ ଏନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । ଦୂରରୁ ଆସୁଥିବା ଭକ୍ତ ମଧ୍ୟ ବିଭିନ୍ନ ସମୟରେ ପ୍ରମାଣ ପତ୍ର ଦେଖେଇ ନପାରି ମନଦୁଃଖରେ ଫେରୁଥିଲେ । ଅନ୍ୟ ପକ୍ଷରେ କିଓସ୍କ ଜରିଆରେ ପ୍ରମାଣ ପତ୍ର ଦେଖେଇ ଶ୍ରୀମନ୍ଦିର ପ୍ରବେଶ କରିବା ସମୟ ସାପେକ୍ଷ ରହିଥିଲା । ତେବେ ନୂଆ ନିୟମ ଲାଗୁ ହେବା ପରେ ସବୁ ମହଲରୁ ଏହାକୁ ସ୍ବାଗତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Feb 21, 2022, 11:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.