ETV Bharat / city

ବିଗୁଡୁଛି ସ୍ଥିତି, ପୁରୀ ଜିଲ୍ଲାରେ କୋରୋନା ପରିସ୍ଥିତିର ସମୀକ୍ଷା

author img

By

Published : Apr 6, 2021, 8:27 AM IST

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମାସ୍କ ବ୍ୟବହାରକୁ କଡାକଡି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବିଗୁଡୁଛି ସ୍ଥିତି, ପୁରୀ ଜିଲ୍ଲାରେ କରୋନା ପରିସ୍ଥିତି ସମୀକ୍ଷା

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମାସ୍କ ବ୍ୟବହାରକୁ କଡାକଡି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି । ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଆବଶ୍ୟକୀୟ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ସହ ପୁରୀ ଓ କୋଣାର୍କ ସମୁଦ୍ରକୂଳ ଭଳି ସ୍ଥାନ ମାନଙ୍କରେ କଡା ନଜର ରଖାଯିବ ।

ଅଧିକ କରୋନା ପରୀକ୍ଷା, କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିହ୍ନଟ, ଟୀକାକରଣକୁ ବ୍ୟାପକ କରିବା, ରାପିଡ ରେସପନ୍ସ ଟିମ ସଜାଗ କରିବା,ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ସଚେତନ କରିବା ସଂପର୍କରେ ଆଲୋଚନା ହୋଇଛି । ଏଥିସହ ବିଭିନ୍ନ ଗୋଷ୍ଠୀ, ଉଠା ଦୋକାନୀ, ଅଟୋ ଓ ରିକ୍ସାଚାଳକ, ହୋଟେଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟୀକାକରଣରେ ସାମିଲ କରାଯିବ । ବିଭିନ୍ନ ବ୍ଲକର ସ୍ଥିତି ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ବ ପ୍ରଦାନ କରାଯିବ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାସଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.