ETV Bharat / city

ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

author img

By

Published : Jan 22, 2021, 7:23 AM IST

ବିନା କୋଭିଡ ନେଗେଟିଭ ପ୍ରମାଣପତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଏନେଇ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ମହାପାତ୍ର ।

ବିନା କୋଭିଡ ରିପୋର୍ଟରେ ଚାଲିଛି ଜଗା ଦର୍ଶନ, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ବିନା କୋଭିଡ ନେଗେଟିଭ ପ୍ରମାଣପତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ଏନେଇ କିଭଳି ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ କରିଛି ତାର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ମହାପାତ୍ର ।

ଗୁରୁବାର ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହାସହ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଛନ୍ତି । ତେବେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକଟ କରିଛନ୍ତି । ଶ୍ରୀମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ ବ୍ୟବସ୍ଥା, ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥା ବେଶ ଭଲ ଥିବା ସେ ମତ ଦେଇଛନ୍ତି ।

ଦର୍ଶନ ବେଶ୍ ଶୃଙ୍ଖଳିତ ହୋଇଛି । ୩୦ ରୁ ୪୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦୁଇ ତିନି ଦିନ ଭକ୍ତଙ୍କ ଗହଳି ରହିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଦର୍ଶନ ବ୍ୟବସ୍ଥା ସଠିକ ଭାବେ କରାଯାଇଛି । ତେବେ ପ୍ରତି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ରବିବାର ଦିନ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ଫଳରେ ଉଭୟ ସେବାୟତ ଓ ଭକ୍ତ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମାସ୍କ ଲଗାଇ , ହାତ ସାନିଟାଇଜ କରିବା ସହ ମନ୍ଦିର ଭିତରେ ସାମାଜିକ ଦୂରତ୍ବ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। ଫଳରେ ସମସ୍ତେ ସୁରକ୍ଷିତ ରହି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.