ETV Bharat / city

କୋଭିଡ କଟକଣାକୁ ଫୁ ! ଗୁଣ୍ଡିଚା ମନ୍ଦିରରେ ପଶିଲେ ରାଜ୍ୟ ବାହାର ଭକ୍ତ ଓ ପୋଲିସ କର୍ମଚାରୀ

author img

By

Published : Jul 27, 2021, 5:17 PM IST

Updated : Jul 27, 2021, 5:33 PM IST

ଗୁଣ୍ଡିଚା ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମନ୍ଦିର ଭିତରେ ପ୍ରବେଶ କଲେ ବାହାର ରାଜ୍ୟର ଭକ୍ତ । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି । ଅଧିକ ପଢନ୍ତୁ...

କୋଭିଡ କଟକଣା ଖିଲାପ କରି ଗୁଣ୍ଡିଚା ମନ୍ଦିରରେ ପଶିଲେ ବାହାର ରାଜ୍ୟ ଭକ୍ତ

ପୁରୀ: କଟକଣା ସତ୍ତ୍ବେ ପୁରୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଲେ ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ କିଛି ବାହାର ରାଜ୍ୟର ବ୍ୟକ୍ତି ଆଜି (ମଙ୍ଗଳବାର) ମନ୍ଦିରରେ ବେଆଇନ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି । କୋଭିଡ କଟକଣା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଦ୍ଧ ଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି କିଭଳି ଭିତରେ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୋଭିଡ କଟକଣାକୁ ଫୁ ! ଗୁଣ୍ଡିଚା ମନ୍ଦିରରେ ପଶିଲେ ରାଜ୍ୟ ବାହାର ଭକ୍ତ

ସୂଚନାଯୋଗ୍ୟ, ଆଜି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ପୋଲିସ ପୋଷାକ ପିନ୍ଧିଥିବା ବାହାର ରାଜ୍ୟରେ ଦୁଇ ପୋଲିସ କର୍ମୀ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ । ତେବେ ସେମାନେ କିଏ ଏବଂ କେଉଁଠୁ ଆସିଛନ୍ତି ସେ ବିଷୟରେ ଖାକି ପିନ୍ଧା ପୋଲିସ କର୍ମଚାରୀଙ୍କୁ ପଚାରିବାରୁ ସେ ମନ୍ଦିରକୁ ପ୍ରବେଶ କରିନଥିବା କହିଥିଲେ । ଏପରିକି ସେ କେଉଁଠୁ ଆସିଛନ୍ତି ଏବଂ କେଉଁ ରାଜ୍ୟର, ସେନେଇ କିଛି ଉତ୍ତର ରଖି ନଥିଲେ ।

OD02AS3536 ନଂ ବିଶିଷ୍ଟ ଏକ ବୋଲେରୋ ଗାଡିରେ ଏମାନେ ଆସିଥିଲେ । ତେବେ ସାଧାରଣ ଭକ୍ତଟିଏ କୋଭିଡ କଟକଣା ପାଇଁ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇପାରୁ ନଥିବା ବେଳେ ଏହି ଵ୍ୟକ୍ତିମାନେ କାହା ସହିତ ଯୋଗାଯୋଗ କରି ବେଆଇନ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ ସେ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 27, 2021, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.