ETV Bharat / city

Omicron Fear: ୩ ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ପୁରୀରେ କଟକଣା କଡ଼ାକଡ଼ି

ପୁରୀରେ ଓମିକ୍ରନ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହେବାପରେ କୋଭିଡ କଟକଣା କଡାକଡି କରିଛି ପ୍ରଶାସନ । ରବିବାର ଜିଲ୍ଲାରୁ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ପୁରୀ ସହରର ୧୨ ଜଣ ଥିଲେ  । ଅଧିକ ପଢ଼ନ୍ତୁ

Omicron Fear: ୩ ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ପୁରୀରେ କଟକଣା କଡ଼ାକଡ଼ି
Omicron Fear: ୩ ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ପୁରୀରେ କଟକଣା କଡ଼ାକଡ଼ି
author img

By

Published : Jan 4, 2022, 9:33 PM IST

ପୁରୀ: ଧାର୍ମିକ କ୍ଷେତ୍ର ପୁରୀରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ ।‌ ଗତ ରବିବାର ଜିଲ୍ଲାରୁ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ପୁରୀ ସହରର ୧୨ ଜଣ ଥିଲେ । ୧୨ ଜଣଙ୍କ ମଧ୍ୟରୁ ୩ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲା ପ୍ରଶାସନ । ନୂଆବର୍ଷରେ ହଜାରହଜାର ପର୍ଯ୍ୟଟକ ପୁରୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Omicron Fear: ୩ ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ପୁରୀରେ କଟକଣା କଡ଼ାକଡ଼ି

ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇଜଣ ହୋଟେଲ କର୍ମଚାରୀ ମଧ୍ୟ ଏହି ନୂଆ ଭାରିଏଣ୍ଟର ଶିକାର ହୋଇଥିଲେ । ସମୁଦ୍ର କୂଳ ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ଘରୋଇ ହୋଟେଲରୁ ଏହି ୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହି ଅଞ୍ଚଳକୁ ଗତକାଲି(ସୋମବାର) ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।

ସେପଟେ ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଫିବର କ୍ଲିନିକ୍ ଖୋଲାଯାଇ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ତଥ୍ୟ ରଖାଯାଉଛି । ଏହାକୁ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନୂଆ ଭାରିଏଣ୍ଟ ଚିହ୍ନଟ ହେବାପରେ ପୁରୀରେ ପୁଣି ମାସ୍କ ଚେକିଂକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.