ETV Bharat / city

କୋରୋନାକୁ ରୋକିବ କୋଭିଡ କେୟାର ମନିଟର

author img

By

Published : Aug 18, 2020, 4:38 PM IST

ପୁରୀ ବସ୍ତି ଅଞ୍ଚଳରେ ସମାଜସେବା ପ୍ରତି ମନ ଥିବା ଯୁବକ ଯୁବତୀ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇ କୋଭିଡ କେୟାର ମନିଟର ଭାବେ ବସ୍ତି ଅଞ୍ଚଳରେ ରଖାଯାଇଛି। ଅଧିକ ପଢନ୍ତୁ...

କୋଭିଡକୁ ରୋକିବ କୋଭିଡ କେୟାର ମନିଟର
କୋଭିଡକୁ ରୋକିବ କୋଭିଡ କେୟାର ମନିଟର

ପୁରୀ: ପୁରୀ ସହରରେ କୋଭିଡ ସଂକ୍ରମଣ ଧୀରେ ଧୀରେ ବଢୁଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ବିଶେଷ କରି ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଉଛି । କାରଣ ବସ୍ତି ଅଞ୍ଚଳରେ ଅନେକ ନିରକ୍ଷର ଲୋକ ବାସ କରୁଥିବା ହେତୁ ତାଙ୍କର ସଚେତନତା ନ ଥିବା ହେତୁ କୋଭିଡ ସଂକ୍ରମଣର ଶିକାର ହେଉଛନ୍ତି। ଏହି ଗରିବ ଶ୍ରେଣୀର ବସ୍ତି ବସିନ୍ଦାଙ୍କୁ କୋଭିଡ ସଂକ୍ରମଣରୁ ରକ୍ଷା କରିବା ଓ ସଚେତନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆରମ୍ଭ କରି ସାରିଛି । ତାହା ହେଲା କୋଭିଡ କେୟାର ମନିଟର।

ବସ୍ତି ଅଞ୍ଚଳରେ ସମାଜସେବା ପ୍ରତି ମନ ଥିବା ଯୁବକ ଯୁବତୀ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇ କୋଭିଡ କେୟାର ମନିଟର ଭାବେ ବସ୍ତି ଅଞ୍ଚଳରେ ରଖାଯାଇଛି । ଏହି କୋଭିଡକେୟାର ମନିଟରଙ୍କୁ 25ଟି ଲେଖାଏଁ ଘର ଦ୍ୱାୟିତ୍ୱ ଦିଆଯାଇଛି । ଏମାନେ ଦାୟିତ୍ୱ ନେଇ ଥିବା 25ଟି ଘରକୁ 24 ଘଣ୍ଟା ମନିଟରିଂ କରିବେ। ଉକ୍ତ ଲୋକଙ୍କୁ ସଚେତନ କରାଇବେ। କିଭଳି ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ, ପରିଷ୍କାର ପରିଚ୍ଛନ୍ନ ରହିବେ। କେବଳ ସେତିକି ନୁହେଁ ଯଦି କାହାର ଥଣ୍ଡା, କାଶ ଲକ୍ଷଣ ଦେଖା ହେବ ସେମାନ ଙ୍କୁ ନେଇ କୋଭିଡ ଟେଷ୍ଟ କରାଇବେ। ସେହିପରି ବସ୍ତି ବସିନ୍ଦାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହୋମିଓପ୍ୟାଥିକ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରୁଛନ୍ତି ଏହି କୋଭିଡ କେୟାର ମନିଟର ମାନେ।

କୋଭିଡକୁ ରୋକିବ କୋଭିଡ କେୟାର ମନିଟର

ସମାଜ ପାଇଁ କିଛି କରିବା ଲକ୍ଷ୍ୟରେ ନିଃସ୍ୱାର୍ଥପର ଭାବେ ନିଜ ଜୀବନକୁ ବାଜି ଲଗାଇ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି ଏହି କୋଭିଡ କେୟାର ମନିଟର। ସଂକଳ୍ପ ନେଇଛନ୍ତି ବସ୍ତି ଅଞ୍ଚଳରେ କୋରୋନା ମହାମାରୀକୁ ପୁରାଇ ଦେବେ ନାହିଁ। ଏହି କୋଭିଡ କେୟାର ମନିଟର ବ୍ୟବସ୍ଥା ସଫଳ ମଧ୍ୟ ହେଉଛି । ଅନେକ ବସ୍ତି ବାସିନ୍ଦା ସଚେତନ ହେବା ସହ କୋଭିଡ ମହାମାରୀରୁ ଦୂରରେ ରହିଛନ୍ତି । ଜିଲ୍ଲା ପ୍ରଶାସନର କୋଭିଡ ସଂକ୍ରମଣ ରୋକିବା ପାଇଁ ଏହି ନିଆରା ପ୍ରୟାସ ବେଶ ସଫଳ ହେବାରେ ଲାଗିଛି। ପୁରୀର 7 ନମ୍ବର ୱାର୍ଡ ବଳିଆ ପଣ୍ଡା ବସ୍ତି ଅଞ୍ଚଳରେ 82 ଜଣ କୋଭିଡ କେୟାର ମନିଟର କାର୍ଯ୍ୟ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.