ETV Bharat / city

ପୁରୀର ଏକ ହୋଟେଲରେ ଆନ୍ଧ୍ର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀର ଏକ ହୋଟେଲରେ ପ୍ରେମୀଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଉଭୟରେ ଆନ୍ଧ୍ର ପ୍ରଦେଶର ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

author img

By

Published : Oct 18, 2022, 12:39 PM IST

Updated : Oct 18, 2022, 3:49 PM IST

couple attempt suicide at hotel in puri
ହୋଟେଲରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ହୋଟେଲରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ି ନଥିବା ବେଳେ, ଉଭୟେ ଆନ୍ଧ୍ର ପ୍ରଦେଶ ହୋଇଥିବା ସୂଚନା ମିଳିଛି ।

ପୁରୀର ଏକ ହୋଟେଲରେ ଆନ୍ଧ୍ର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଗତ ଚାରି ଦିନ ପୂର୍ବରୁ ସିଟି ରୋଡ୍‌ ସ୍ଥିତ ଏକ ହୋଟେଲରେ ପ୍ରେମୀଯୁଗଳ ରହିଥିଲେ । ଆଜି ସକାଳ ୫ ଟାରେ ହୋଟେଲରୁ ଚେକ ଆଉଟ ହେବାର ଥିଲା । ବିଳମ୍ବ ହେବାରୁ ହୋଟେଲ କର୍ମଚାରୀ ବେଲ ମାରିଥିଲେ, ମାତ୍ର କେହି ଖୋଲି ନଥିଲେ । ହୋଟେଲ କର୍ମଚାରୀ କବାଟ ଭାଙ୍ଗି ଖୋଲିବାରୁ ଉଭୟ ପ୍ରେମୀଯୁଗଳ ଗୁରୁତର ଅବସ୍ଥାରେ ଖଟରେ ପଡ଼ିରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ୩ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଘଟଣା: ରିପୋର୍ଟ ମାଗିଲେ MKCG କର୍ତ୍ତୃପକ୍ଷ

ହୋଟେଲ କର୍ତ୍ତୃପକ୍ଷ ସମୁଦ୍ରକୂଳ ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏନେଇ ହୋଟେଲ କର୍ମଚାରୀ କହିଛନ୍ତି, " ସକାଳୁ ଯେତେ ବେଲ ମାରିଥିଲେ ମଧ୍ୟ ସେମାନେ କବାଟ ଖୋଲିନଥିଲେ। ଏହାପରେ ଡୋର ଭାଙ୍ଗି ଭିତରେ ଦେଖିଲା ବେଳକୁ ଉଭୟେ ବିଷ ପିଇ ଗୁରୁତର ଭାବେ ପଡ଼ିଥିଲେ। ସେମାନଙ୍କ ପାଟିରୁ ଫେଣ ବାହାରୁଥିଲା।" ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତରଣ କରାଯାଇଥିବାବେଳେ ପ୍ରେମିକା ପୁରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆଧାରକାର୍ଡ ହସ୍ତଗତ ହୋଇଛି, ଯେଉଁଥିରେ ଉଭୟଙ୍କ ଘର ବିଶାଖାପାଟନାମରେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ପୁରୀ

Last Updated : Oct 18, 2022, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.