ETV Bharat / city

ପୋଲିସ-ଅଟୋ ମହାସଙ୍ଘର ସମନ୍ୱୟ ବୈଠକ: ପ୍ରତି ଅଟୋ ରିକ୍ସାରେ ରେଟ୍ ଚାର୍ଟ ସହ ଲାଗିବ ପୋଲିସ ହେଲ୍ପ ଲାଇନ ନମ୍ବର - ରଥଯାତ୍ରା

ପୁରୀରେ ଏଣିକି ଅଟୋ ଭଡ଼ା ନାଁରେ ଶ୍ରଦ୍ଧାଳୁଙ୍କୁ ଶୋଷଣ କରିପାରିବେନି ଅଟୋ ଚାଳକ । ଚଳିତ ବର୍ଷ ରଥଯାତ୍ରା ଓ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ, ପରିବହନ ବିଭାଗ ଓ ଅଟୋ ଚାଳକ ମହାସଂଘର ସମନ୍ବୟ ବୈଠକ । କୌଣସି ଅଟୋ ଚାଳକ ଏହି ନିଷ୍ପତ୍ତିକୁ ଉଲଙ୍ଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ପୁରୀରେ ଅଟୋ ଭଡ଼ା ନାରେ ଶୋଷଣ ବନ୍ଦ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ

author img

By

Published : Jun 5, 2022, 10:33 PM IST

ପୁରୀ: ଚଳିତବର୍ଷ ରଥଯାତ୍ରା ଓ ସ୍ନାନଯାତ୍ରାରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ ଆତିଥେୟତା ପ୍ରଦାନ କରାଯିବ । ଏନେଇ ଆଜି(ରବିବାର) ପୁରୀ ପୋଲିସ, ପରିବହନ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଅଟୋ ଚାଳକ ମହାସଂଘକୁ ନେଇ ଅନୁଷ୍ଠିତ ଏକ ସମନ୍ବୟ ବୈଠକରେ ନିଷ୍ପତି ହୋଇଛି । ଏଣିକି ଅଟୋ ଚାଳକଙ୍କ ଭଡ଼ା ଯୋଗେ ଯାତ୍ରୀମାନେ ଆଉ ଶୋଷଣର ଶିକାର ହେବେ ନାହିଁ ବୋଲି ଆଶା କରାଯାଉଛି ।

ପୁରୀରେ ଅଟୋ ଭଡ଼ା ନାରେ ଶୋଷଣ ବନ୍ଦ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ

ପ୍ରତି ଅଟୋ ରିକ୍ସାରେ ରେଟ୍ ଚାର୍ଟ ସହ ପୋଲିସ ହେଲ୍ପ ଲାଇନ ନମ୍ବର ଲଗାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଯଦି କୌଣସି ଅଟୋ ଚାଳକ ଏହି ନିଷ୍ପତ୍ତିକୁ ଉଲଙ୍ଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.