ETV Bharat / city

ଦାଦା ବଟି ମାଗିବା ଅଭିଯୋଗରେ 2 ଗିରଫ

author img

By

Published : Nov 1, 2020, 4:05 PM IST

ଭୟଭୀତ କରି ଦାଦା ବଟି ମାଗିବା ଅଭିଯୋଗରେ 2 ଗିରଫ । ସତ୍ୟବାଦୀ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଧିକ ପଢନ୍ତୁ...

ଦାଦା ବଟି ଅଭିଯୋଗରେ 2 ଗିରଫ
ଦାଦା ବଟି ଅଭିଯୋଗରେ 2 ଗିରଫ

ପୁରୀ: ଦାଦା ବଟି ମାଗିବା ଅଭିଯୋଗରେ 2 ଗିରଫ । ସତ୍ୟବାଦୀ ଥାନା ପୋଲିସ ବାସୁଦେବପୁର ଗ୍ରାମର ଶିବ ରାଉତ ଓ ବିଶ୍ବ ରଞ୍ଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଏକ ପାଣି ଟାଙ୍କି ନିର୍ମାଣ ଚାଲିଛି । ଶିବ ରାଉତ ନାମକ ଯୁବକ ଏଲ ଆଣ୍ଡ ଟି କମ୍ପାନୀର ସୁପର ଭାଇଜରକୁ ଭୟଭୀତ କରି ଦାଦା ବଟି ମାଗିଥିଲେ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଶିବକୁ ପୋଲିସ ଗିରଫ କରିଛି । ସେହିପରି ଅନ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ ପ୍ରଧାନ ସତ୍ୟବାଦୀ ଥାନା ପାରାହାଟ ଗ୍ରାମରେ ମାଛ ବଜାରରେ ଦୋକାନିଙ୍କ ଠାରୁ ବଟି ଆଦାୟ କରୁଥିଲେ । ଏ ନେଇ ପୋଲିସ ପାଖରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ସତ୍ୟବାଦୀ ପୋଲିସ ଗିରଫ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.