ପୁରୀ: ସାଢେ 4 କୋଟି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଅଣ୍ଟା ଭଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ଓ ପୁରୀ ପ୍ରଶାସନର ଉଦ୍ୟମରେ ନବୀନଙ୍କ ଏହି ସ୍ବପ୍ନ ଧିରେ ଧିରେ ପୁରା ହେବାରେ ଲାଗିଛି ।
ପୁରୀକୁ ଏକ ପରିଷ୍କାର ଏବଂ ଆବର୍ଜନା ମୁକ୍ତ ବିଶ୍ବସ୍ତରୀୟ ସହରରେ ପରିଣତ କରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପୂରଣ ହେଉଛି ବୋଲି ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି |
ସମ୍ପ୍ରଦାୟ ଏବଂ ବିଭିନ୍ନ ବର୍ଗର ଲୋକମାନଙ୍କର ସକ୍ରିୟ ଯୋଗଦାନ ସହିତ ସ୍ବଚ୍ଛ ପୁରୀ ତଥା ଆଧ୍ୟାତ୍ମିକ ସହରକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏକ ବ୍ୟାପକ ଜନ ଆନ୍ଦୋଳନ ଜାରି ରହିଥିବା କୁହାଯାଇଛି ।