ETV Bharat / city

ଛତିଶା ନିଯୋଗ ବୈଠକ, ଏଥର ଅଢେଇ ହଜାର ହବିଷ୍ୟାଳିଙ୍କ ପାଇଁ ଶିବିର ବ୍ୟବସ୍ଥା

ଆସନ୍ତା 14 ଠାରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏନେଇ ଆଜି ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗ ବୈଠକ । ଅଧିକ ଖବର ପଢନ୍ତୁ...

author img

By

Published : Oct 4, 2019, 5:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ

ପୁରୀ: ଆସନ୍ତା 14 ଠାରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏନେଇ ଆଜି ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗ ବୈଠକ । ମୁଖ୍ୟତଃ ଧର୍ମ ମାସ କାର୍ତ୍ତିକରେ ଶ୍ରୀମନ୍ଦରିରେ ଶୃଙ୍ଖଳିତ ନୀତିକାନ୍ତି ହୋଇପାରିବ ସେନେଇ ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ପୁରୀ ଏସପି ଉମାଶଙ୍କର ଦାସଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଛତିଶା ନିଯୋଗ ବୈଠକ

ଆସନ୍ତା 9 ତାରିଖରୁ କାର୍ତ୍ତିକ ନିତି ଶ୍ରୀମନ୍ଦିରରେ ଆରମ୍ଭ ହେବ । ଏହା ଆସନ୍ତା ମାସ 12 ତାରିଖରେ ଶେଷ ହେବ । ଏଣୁ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି,ପଞ୍ଚୁକରେ ଠାକୁରଙ୍କ ବେଶ କିଭଳି ହୋଇ ପାରିବ ସେନେଇ ନିଷ୍ପତି ହୋଇଛି ।

ସେହିପରି ଆସନ୍ତା 14 ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏଥର ତିନିଟି ଜାଗାରେ ଯଥା ରେଲୱେ ଯାତ୍ରୀ ନିବାସ, ହବିଷ୍ୟାଳି ନୂଆ ବିଲ୍ଡିଂ ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳି ରହିବେ । ସେଠାରେ କିଭଳି ହବିଷ୍ୟାଳି ମାନେ ସଠିକ ସମୟରେ ମହାପ୍ରସାଦ ପାଇ ପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା ହୋଇଛି ।

ସେହିପରି ହବିଷ୍ୟାଳି ଶିବିରରେ ଭଜନ କୀର୍ତ୍ତନ ସମେତ କାର୍ତ୍ତିକ ବ୍ରତ ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ପ୍ରଶାସନ ଯୋଗାଇ ଦେବ । 25 ଶହ ହବିଷ୍ୟାଳି ଏଥର ଶିବିରରେ ରହିବା ନେଇ ବ୍ୟବସ୍ଥା ହୋଇଛି । ସେହିପରି ରଥଯାତ୍ରା ସହିତ ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ପାଇଁ ସେବାୟତ ମାନେ ପାଇବାକୁ ଥିବା ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ବିଷୟରେ ଆଲୋଚନା ହୋଇଥିଲା ।

ଆସନ୍ତା 10 ତାରିଖରେ ସମସ୍ତ ପ୍ରାପ୍ୟ ପାଉଣା ସେବକମାନଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଛି । ସେହିପରି ଏଣିକି ସବୁ ବୁଧବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଶୁଣାଣି କରିବେ । ଏହା ଦ୍ବାରା ସେବାୟତ ମାନେ ଉପକୃତ ହୋଇ ପାରିବେ । ତେବେ କାର୍ତ୍ତିକ ମାସ ନୀତିକାନ୍ତି ସୂଚାରୁ ରୁପେ କରିବା ନେଇ ଛତିଶା ନିଯୋଗ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଛତିସା ନିଯୋଗ ବୈଠକBody: ଅନୁଷ୍ଠିତ ହୋଇ ଯାଇଛି ଛତିସା ନିଯୋଗ ବୈଠକ। ମୁଖ୍ୟତ କାର୍ତିକ ମାସ ରେ କିଭଳୀ ଶ୍ରୀମନ୍ଦିର ରେ ଶୃଂଖଳିତ ନିତିକାନ୍ତି ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀସନ କୁମାର , ପୁରୀ ଜିଲାପାଳ ବଲବନ୍ତ ସିଂ, ପୁରୀ ଏସ ପି ଉମାସଙ୍କର ଦାସ ଙ୍କ ସମେତ ଛତିସା ନିଯୋଗ ର କର୍ମକର୍ତା ଯୋଗ ଦେଇଥିଲେ। ଅସନ୍ତା 9 ତାରିଖରୁ କାର୍ତିକ ନିତି ଶ୍ରୀମନ୍ଦିର ରେ ଆରମ୍ଭ ହେବ। ଏହା ଅସନ୍ତା ମାସ 12 ତାରିଖରେ ଶେଷ ହେବ। ଏଣୁ କାର୍ତିକ ମାସ ରେ ଶ୍ରୀମନ୍ଦିର ରେ ଶୃଂଖଳିତ ନୀତି , ପଞ୍ଚୁକ ରେ ଠାକୁର ଙ୍କ ବେଶ କୀଭଳି ହୋଇ ପାରିବ ସେ ନେଇ ନିସ୍ପତି ହୋଇଛି। ସେହିପରି ଅସନ୍ତା 14 ତାରିଖ ରୁ କାର୍ତିକ ବ୍ରତ ଆରଂଭ ହେଉଛି। ଏଥର ତିନି ଟି ଜାଗାରେ ଯଥା ରେଲୱେ ଯାତ୍ରୀ ନିବାସ , ହାବିଷ୍ୟାଲି ନୂଆ ବିଲ୍ଡିଂ ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହାବିଷ୍ୟାଲି ରହିବେ। ସେଠାରେ କୀଭଳି ହାବିଷ୍ୟାଲି ମାନେ ସଠିକ ସମୟରେ ମହା ପ୍ରସାଦ ପାଇ ପାରିବେ ସେ ନେଇ ସୁଆର ମହା ସୁଆର ନିଯୋଗ ସହିତ ଆଲୋଚନା ହୋଇଥିଲା। ସେହିପରି ହାବିଷ୍ୟାଲି ଶିବିର ରେ ଭଜନ କୀର୍ତ୍ତନ ସମେତ କାର୍ତିକ ବ୍ରତ ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ପ୍ରଶାସନ ଯୋଗାଇ ଦେବ। 25 ଶହ ହାବିଷ୍ୟାଲି ଏଥର ଶିବିର ରେ ରହିବା ନେଇ ବ୍ୟବସ୍ଥା ହୋଇଛି। ସେହିପରି ରଥଯାତ୍ରା ସହିତ ଶ୍ରୀମନ୍ଦିର ରେ ବିଭିନ୍ନ ନୀତିକାନ୍ତି ପାଇଁ ସେବୟତ ମାନେ ପାଇବାକୁ ଥିବା ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ବିଷୟ ରେ ଆଲୋଚନା ହୋଇଥିଲା। ଅସନ୍ତା 10 ତାରିଖରେ ସମସ୍ତ ପ୍ରାପ୍ୟ ପାଉଣା ସେବକ ମାନ ଙ୍କୁ ଦିଆଯିବ ବୋଲି ନିସ୍ପତି ହୋଇଛି। ସେହିପରି ଏଣିକି ସବୁ ବୁଧବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବୟତ ଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଶୁଣାଣି କରିବେ। ଏହା ଦ୍ୱାରା ସେବାୟତ ମାନେ ଉପକୃତ ହୋଇ ପାରିବେ। ତେବେ କାର୍ତିକ ମାସ ନୀତି କାନ୍ତି ସୂଚରୁ ରୁପେ କରିବା ନେଇ ଛତିସା ନିଯୋଗ ପ୍ରଶାସନ କୁ ପ୍ରତିଶ୍ରୁତି ଦେଇଛି।

ବାଇଟ,, କ୍ରୀସନ କୁମାର ,, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ବାଇଟ2,, ବଲବନ୍ତ ସିଂ, ପୁରୀ ଜିଲାପାଳ
ବାଇଟ3,, ରାମ ଚନ୍ଦ୍ର ଦାସ ମହାପାତ୍ର,, ସେବାୟତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.