ବ୍ରହ୍ମଗିରି: ମହାପ୍ରଭୁ ଅଲାରନାଥଙ୍କ ଅକ୍ଷୟ ତୃତୀୟା ଚନ୍ଦନ ଯାତ୍ରା ନୀତିରେ ବିଭ୍ରାଟ । ବିମାନ କାନ୍ଧେଇବାକୁ କେନ୍ଦ୍ର କରି ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଅକ୍ଷୟ ତୃତୀୟାରେ ଚାପ ଖେଳିପାରିଲେନି ମହାପ୍ରଭୁ ଅଲାରନାଥ । ସଂନ୍ଧ୍ୟାରେ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ବିଜୟ ବିଗ୍ରହ ମଦନ ମୋହନ ଓ ଭୂଦେବୀ ଶ୍ରୀଦେବୀ ଏବଂ ପାଲିଙ୍କିରେ ରାମ କୃଷ୍ଣ ଚାପ ପୁଷ୍କରିଣୀକୁ ଯାଇ ନନ୍ଦା ଭଦ୍ରା ଡଙ୍ଗାରେ ବିଜେ କରି ଚାପ ଖେଳିଥାନ୍ତେ ।
କିନ୍ତୁ ତାହା ହୋଇପାଇଲନାହିଁ । ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦକୁ ପାଇଁ ଚାପ ଯାତ୍ରାରେ ବିଭ୍ରାଟ ଉପୁଜିଛି । ଶେଷରେ ରାତି 2 ଟାରେ ଶ୍ରୀଜିଉ ଚାପ ପୁଷ୍କରିଣୀକୁ ଯାଇ କେବଳ ପାଣି ଛୁଇଁ ଆସିଲେ । ସମସ୍ତ ରୀତି ନୀତି କାମଚଳା ଭାବେ କରାଯାଇଛି । ଫଳରେ ଏନେଇ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିବା ବେଳେ ଆଜି ଏହାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିବା ସୂଚନା ମିଳିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ