ETV Bharat / city

ଭଉଁରୀରେ ଅନୁଷ୍ଠିତ ହେଲା ତିନିରଥର ଚକଡେରା ନୀତି - ଚକଡେରୀ ନୀତି

ପରମ୍ପରା ଅନୁଯାୟୀ ଭଉଁରୀରେ ଅନୁଷ୍ଠିତ ହୋଇଛି ତିନିଠାକୁରଙ୍କ ରଥର ଚକଡେରା ନୀତି । ସୁରୁଖୁିର ନୀତି ସମ୍ପାଦନ ପାଇଁ ପୋଲିସ ପକ୍ଷକୁ କଡା ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ତିନି ରଥର ଚକ ଅଖ ଡେରା ନୀତି
ତିନି ରଥର ଚକ ଅଖ ଡେରା ନୀତି
author img

By

Published : Jun 3, 2021, 1:51 PM IST

Updated : Jun 3, 2021, 2:00 PM IST

ପୁରୀ: ଆଜି ପବିତ୍ର ଭଉଁରୀ ଯାତ୍ରା । ପରମ୍ପରା ଅନୁଯାୟୀ ଭଉଁରୀରେ ଅନୁଷ୍ଠିତ ହୋଇଛି ତିନିଠାକୁରଙ୍କ ରଥର ଚକ ଅଖ ଡେରା ନୀତି । ସୁରୁଖୁିରୁ ନୀତି ସମ୍ପାଦନ ପାଇଁ ପୋଲିସ ପକ୍ଷକୁ କଡା ବ୍ୟବସ୍ଥା କରାଯାଇଛି ।

ତିନି ରଥର ଚକ ଅଖ ଡେରା ନୀତି

ତିନିଟି ରଥର ଦୁଇ ଦୁଇଟି ଚକର ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ଆଜ୍ଞାମାଳ ରଥ ଖଳାରେ ବିଜେ କରାଯିବା ପରେ ଚକ ଅଖ ଡେରା ନୀତିକାନ୍ତି ଆରମ୍ଭ ହୋଇଥିଲା । ଆଜ୍ଞାମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି କରାଯାଇଛି ।

ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଏହି ନୀତି ସମ୍ପାଦନ କରିଛନ୍ତି । ତେବେ ଭକ୍ତଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପାଇଁ ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ବ୍ୟତୀତ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଶେଷ ହେବା ପରେ 21 ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 3, 2021, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.