ପୁରୀ:ଶ୍ରୀମନ୍ଦିର କର୍ପସ ଫଣ୍ଡ ତଥା ଜମିବିକ୍ରୀ ଓ ବିଭିନ୍ନ ସୂତ୍ରରୁ ଆସିଥିବା ଶ୍ରୀମନ୍ଦିର ଆୟ ଅର୍ଥ ଫିକ୍ସ ଡିପୋଜିଟ ପାଇଁ ଆଜି ଟେଣ୍ଡର ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ | ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆହ୍ବାନ ଦିଆଯାଇଥିବା ବେଳେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଏହି ପ୍ରକ୍ରିୟାରେ ଭାଗ ନେଇଥିଲେ | ତେବେ ଦୁଇ ବ୍ୟାଙ୍କ ଯୁଗ୍ମ ଭାବେ ଏହି ଟେଣ୍ଡର ପାଇଥିବା ଜଣାପଡିଛି ।
ତେବେ ସର୍ବାଧିକ ସୁଧ ହାରରେ ୫.୨୫% ରେ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନିଅନ ବ୍ୟାଙ୍କ କୋଟେସନ ଦେଇଥିଲେ | ଏହି କୋଟେସନକୁ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ | ଶ୍ରୀମନ୍ଦିର କର୍ପସ ଫଣ୍ଡର ପ୍ରାୟ ୧୨କୋଟି ଟଙ୍କାକୁ ୟୁନିଅନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ସମାନ ଭାବେ ଭାଗ କରି ରଖାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ୨୫୯ କୋଟି ଟଙ୍କା ମଧ୍ୟ ଦୁଇ ଭାଗ କରି ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରେ ଫିକ୍ସ ଡିପୋଜିଟ ରଖାଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ