ପୁରୀ: ସମ୍ବର୍ଦ୍ଧିତ ହେଲେ ପୁରୀ ପୌରସଂସ୍ଥା ଅଧିନସ୍ଥ ସ୍ବଚ୍ଛ ସାଥୀ ଓ ସ୍ବଚ୍ଛ ସୁପରଭାଇଜର। ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବାଙ୍କିମୁହାଣ ନିକଟସ୍ଥ ନିଳାଦ୍ରୀ ବିଚ ପାର୍କ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୮୦ ଜଣ ସ୍ବଚ୍ଛ ସାଥୀ ଓ ୨୦ ଜଣ ସ୍ବଚ୍ଛ ସୁପରଭାଇଜର ଉପସ୍ଥିତ ଥିଲେ ।

ସହରରେ ଆବର୍ଜନା ସଂଗ୍ରହ ସହ ସଚେତନତା ସୃଷ୍ଟି କ୍ଷେତ୍ରରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଭୂମିକାକୁ ଜିଲ୍ଲପାଳ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ଆବର୍ଜନା ପୃଥକୀକରଣ ଓ ମାଇକ୍ରୋ କମ୍ପୋଷ୍ଟ ତିଆରି କ୍ଷେତ୍ରରେ ମଧ୍ୟ ସେମାନଙ୍କ ଗୁରୁ ଦାୟିତ୍ବ ରହିଛି ।

ପ୍ରତି ୬୫୦ ପରିବାରକୁ ଜଣେ ସ୍ବଚ୍ଛ ସାଥୀ ଓ ପ୍ରତି ଚାରି ଜଣ ସ୍ବଚ୍ଛ ସାଥୀକୁ ଜଣେ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପୌରସଂସ୍ଥା ଉପ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ