ETV Bharat / city

ମାଟ୍ରିକ ରେଜଲ୍ଟକୁ ନେଇ ଉତ୍ସାହିତ ପୁରୀ ଛାତ୍ରଛାତ୍ରୀ - Result

ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଛି । ଚଳିତ ବର୍ଷ ପୁରୀ ଜିଲ୍ଲାର ମୋଟ 21ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପୁରୀର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଫଳାଫଳ ଭଲ ରହିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : May 21, 2019, 1:15 PM IST

ପୁରୀ: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ 11ଟାରୁ www.bseodisha.ac.in ଓ www.bseodisha.nic.in ଏହି ଦୁଇଟି ଓ୍ବେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଚଳିତ ବର୍ଷ ପୁରୀ ଜିଲ୍ଲାର ମୋଟ 21ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫଳାଫଳକୁ ନେଇ ବେଶ ଖୁସି ଅନୁଭଵ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିବାବକ । ପୁରୀର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଫଳାଫଳ ହାର ଭଲ ରହିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି କର୍ତ୍ତୃପକ୍ଷ । 100 ପ୍ରତିଶତ ପାସ ହାର ଲଗାତାର 10 ଶିକ୍ଷାବର୍ଷ ଧରି ବଜାୟ ରହିଛି ।

ଚଳିତ ବର୍ଷ ମାଟ୍ରିକ ପାସ ହାର 70.78 ପ୍ରତିଶତ ରହିଛି । ତେବେ ସର୍ବାଧିକ ରେଜଲ୍ଟ ଝାରସୁଗୁଡାରେ ହୋଇଥିବା ବେଳେ ପୁଅ ମାନଙ୍କ ଠାରୁ ବାଜି ମାରିନେଇଛନ୍ତି ଝିଅ । ଏହାସହ ପୁରୀରେ ମଧ୍ୟ ମାଟ୍ରିକ ପରୀକ୍ଷା ଫଳାଫଳ ଉତ୍ତମ ହୋଇଛି । ତେବେ ପୁରୀରୁ ମାଟ୍ରିକ ଫଳାଫଳ ବିଷୟରେ ଅଧିକ ସୂଚନା ଦେଇଛନ୍ତି ପୁରୀ ସମ୍ବାଦଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

HH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.