ETV Bharat / city

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା - ଅଧାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା
ମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା
author img

By

Published : Mar 4, 2020, 10:52 AM IST

Updated : Mar 4, 2020, 11:41 AM IST

10:33 March 04

ମଝି ଚିଲିକାରେ ଅଟକି ରହିଲା ଡଙ୍ଗା । ଡଙ୍ଗାରେ ଥିଲେ 70 ଜଣ ଯାତ୍ରୀ ଓ 20ରୁ ଊର୍ଦ୍ଧ୍ବ ବାଇକ ।

ମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟରୁ ସାତପଡା ଅଭିମୁଖେ ଯାଉଥିବାବେଳେ ଅଧାରେ ଅଟକିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିଁସା ନିକଟରେ ଡଙ୍ଗା ଅଟକି ରହିଥିବାବେଳେ, ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା  ।  

20ରୁ ଊର୍ଦ୍ଧ୍ବ ବାଇକ ଓ 70 ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବାବେଳେ, ସବୁଠାରୁ ଉଦବେଗର କଥା ହେଲା ସେଥିରେ 30 ଜଣ ଯୁକ୍ତ 2 ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରହିଥିଲେ । ସେପଟେ, ଖବର ପାଇ ଅନ୍ୟ ଏକ ଡଙ୍ଗା ପହଞ୍ଚି ଦଉଡି ସାହାଯ୍ୟରେ ଫସି ରହିଥିବା ଡଙ୍ଗାକୁ କୂଳକୁ ଅଣାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତେ ।  

ଅନ୍ୟପଟେ, ଆବଶ୍ୟକ ଠାରୁ ଅଧିକ ଯାତ୍ରୀଙ୍କୁ ଡଙ୍ଗାରେ ନେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ, ନା ଲୋକେ ଚେତୁଛନ୍ତି ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ।    

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Mar 4, 2020, 11:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.