ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି, ବଡ଼ଦାଣ୍ଡରେ ବିଜେପିର ପଦଯାତ୍ରା

author img

By

Published : Oct 13, 2022, 6:59 PM IST

Updated : Oct 13, 2022, 8:06 PM IST

ପୁରୀ ଜିଲ୍ଲା ଗୋପ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା । ଏହି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବିରେ ବଡଦାଣ୍ଡରେ କରିଛି ପଦଯାତ୍ରା । ଅଧିକ ପଢନ୍ତୁ

ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି, ବଡ଼ଦାଣ୍ଡରେ ବିଜେପିର ପଦଯାତ୍ରା
ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି, ବଡ଼ଦାଣ୍ଡରେ ବିଜେପିର ପଦଯାତ୍ରା

ପୁରୀ: ଜିଲ୍ଲାର ଗୋପ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ଏବଂ ମନ୍ତ୍ରୀମଣ୍ଡଳରୁ ତାଙ୍କର ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । ଏହି ଦାବିରେ ବିଜେପି ବଡ଼ଦାଣ୍ଡର ମାଉସୀ ମା' ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି ।

ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି

ବିଜେପି ନେତ୍ରୀ ପ୍ରଭାତି ପରିଡ଼ା, ପୁରୀ ଓ ବ୍ରହ୍ମଗିରି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ଯେ, "ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପରିବର୍ତ୍ତେ ଘଣ୍ଟ ଘୋଡାଉଛି । ମୃତ ଧର୍ମେନ୍ଦ୍ର ସାହୁ ତାଙ୍କ ଅଡିଓ କଲରେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ଦାୟୀ ରହିବେ ବୋଲି ସ୍ପଷ୍ଟ କହିଥିଲେ । ତେବେ କାହିଁକି ପୋଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି" ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଇସ୍ତଫା ନ ଦେବା ଯାଏଁ ଏବଂ ପୋଲିସ ତଦନ୍ତ ପରିସର ଭୁକ୍ତ ନ କରିବା ଯାଏଁ ବିଜେପି ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଭାତି ପରିଡ଼ା । ଅନ୍ୟପଟେ ପୁରୀ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, "ମନ୍ତ୍ରୀଙ୍କୁ ଯେଭଳି ସରକାର ସୁରକ୍ଷା ଦେଉଛନ୍ତି ତାହାକୁ ଜମା ବି ବରଦାସ୍ତ କରାଯିବ ନାହିଁ । ଆଗାମୀ ଦିନରେ ବିଜେପି ମନ୍ତ୍ରୀ ସମୀର ଦାଶଙ୍କ ବହିଷ୍କାର ନେଇ ବ୍ୟାପକ ଆନ୍ଦୋଳନ କରିବ ।"

ଏହା ବି ପଢନ୍ତୁ- ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ପାଇଁ ଡିସିପିଙ୍କୁ ଭେଟିଲା ବିଜେପି

ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୪ ତାରିଖରେ ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ।

ଏହା ବି ପଢନ୍ତୁ- ମନ୍ତ୍ରୀ ସମୀର ଦାସଙ୍କ ପକ୍ଷଚ୍ଛେଦନ ଆରମ୍ଭ ! ଦଳୀୟ ମୁଖପାତ୍ର ଦେଲେ ସଫେଇ

ମୃତ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ କଥା ହୋଇଥିଲେ । ସେ ନିଜ ଜୀବନର କିଛି ରୋଚକ ତଥ୍ୟ ଅକ୍ଷୟଙ୍କୁ କହିଥିଲେ । ଏ ନେଇ ପୋଲିସ ଅକ୍ଷୟଙ୍କୁ ନୋଟିସ ମଧ୍ୟ କରିଥିଲା । ନୋଟିସ ଆଧାରରେ ଡିସିପି ଅଫିସରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଅକ୍ଷୟ । ଏକ ଭିଡିଓକୁ ନେଇ ବିଚଳିତ ଥିଲେ ଧର୍ମେନ୍ଦ୍ର । ସେହି ଭିଡିଓ ତାଙ୍କ ମୋବାଇଲରେ ଥିଲା ବୋଲି ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ସମ୍ପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିଛି ।

ଇଟିଭି ଭାରତ, ପୁରୀ

Last Updated : Oct 13, 2022, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.