ETV Bharat / city

ବିଦ୍ୟୁତ ଦେୟ ଓ ପୌରପାଳିକାର ୟୁଜର ଫି'କୁ ବିଜେପିର ବିରୋଧ - ପୁରୀ ପୌରପାଳିକା

ପୌରପାଳିକାର ୟୁଜର ଫି' ଓ ବିଦ୍ୟୁତ ଦେୟ ଶୋଷଣକୁ ତୀବ୍ର ବିରୋଧ କରିଛି ପୁରୀ ବିଜେପି । ତୁରନ୍ତ ପଦକ୍ଷେପ ନ ନିଆଗଲେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟି ଗଣ ଆନ୍ଦୋଳନ କରିବାକୁ ଧମକ ଦେଇଛି । ଅଧିକ ପଢ଼ନ୍ତୁ

ବିଦ୍ୟୁତ ଦେୟ ଏବଂ ପୌରପାଳିକାର ୟୁଜର ଫିକୁ ବିଜେପିର ବିରୋଧ

author img

By

Published : Nov 14, 2021, 8:32 PM IST

ପୁରୀ: ପୌରପାଳିକାର ୟୁଜର ଫି' ଓ ବିଦ୍ୟୁତ ଦେୟ ଶୋଷଣକୁ ତୀବ୍ର ବିରୋଧ କରିଛି ପୁରୀ ବିଜେପି । ଗତ କିଛି ଦିନ ହେବ ସ୍ୱଚ୍ଛ ଭାରତ ମିଶନରେ ସାହିରୁ ଗାଡି ଯୋଗେ ଅଳିଆ ସଂଗ୍ରହ କରାଯାଉଛି । ହଠାତ ପୁରୀ ମ୍ୟୁନିସିପାଲିଟି ପ୍ରଶାସନ ପକ୍ଷରୁ ଏହାକୁ ନେଇ 'ୟୁଜର ଫି' ନାଁରେ ପ୍ରତ୍ୟେକ ଘରୁ ୧୦୦ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ଘୋଷଣା କରାଯାଇଛି । ମ୍ୟୁନିସିପାଲିଟିକୁ ଟିକସ ଦିଆଯାଉଥିବାବେଳେ ୟୁଜର ଫି' ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବିଦ୍ୟୁତ ଦେୟ ଏବଂ ପୌରପାଳିକାର ୟୁଜର ଫିକୁ ବିଜେପିର ବିରୋଧ

ଏହା ଦ୍ୱୈତ କର ଆଦାୟ ଭଳି ପଦକ୍ଷେପ । ସହରରେ ରାସ୍ତା, ନାଳ, ଆଲୋକ ଓ ସଫେଇ କରିବା ମ୍ୟୁନିସିପାଲିଟିର ଦାୟିତ୍ୱ । ଏଭଳି ସ୍ଥଳରେ ଦୈତ କର ବ୍ୟବସ୍ଥା କଣ ପାଇଁ ଓ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଏହି ୟୁଜର ଫି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ।

ଠିକ୍‌ ସେହିଭଳି, ସହରର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ବିଭିନ୍ନ ସମୟରେ ବିଭିନ୍ନ କମ୍ପାନୀକୁ ଦେଇ ସହରବାସୀଙ୍କୁ ଶୋଷଣ ଓ ନିର୍ଯାତନା ମୁହଁକୁ ଠେଲି ଦିଆଯାଉଛି । ଏବେ ଟାଟା କମ୍ଫାନୀକୁ ଏହି ଦାୟିତ୍ୱ ଦିଆଯିବା ପରେ, କମ୍ପାନୀ ପକ୍ଷରୁ ବିଦ୍ୟୁତ ଶୁଳ୍କ ଏକତରଫା ଭାବରେ ବଢ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଗ୍ରାହକଙ୍କ ଘରେ ଭଲ ମିଟର ଥାଇ ମଧ୍ୟ ଜବରଦସ୍ତ ନୂଆ ମିଟର ବସାଇ ଶୋଷଣ କରାଯାଉଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି ବିଜେପି । ଏହାକୁ ନେଇ ତୁରନ୍ତ ପଦକ୍ଷେପ ନ ନିଆଗଲେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟି ଗଣ ଆନ୍ଦୋଳନ କରିବାକୁ ଧମକ ଦେଇଛି । ଏହାକୁ ନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.