ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ସାଂସଦ ପିନାକୀ ମିଶ୍ର ଡାହା ମିଛ କହିଛନ୍ତି କହିଲେ ଜୁଏଲ

author img

By

Published : May 15, 2022, 7:11 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ସାଂସଦ ପିନାକୀ ମିଶ୍ର ଏ ନେଇ ସଂସଦରେ ଡାହା ମିଛି କହିଥିବା ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ସାଂସଦ ପିନାକୀ ମିଶ୍ର ଡାହା ମିଛ କହିଛନ୍ତି କହିଲେ ଜୁଏଲ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ସାଂସଦ ପିନାକୀ ମିଶ୍ର ଡାହା ମିଛ କହିଛନ୍ତି କହିଲେ ଜୁଏଲ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା । ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତଥା ବିଜେଡି ସାଂସଦ ପିନାକୀ ମିଶ୍ର ସଂସଦରେ ଡାହା ମିଛ କହିଛନ୍ତି । ନିଶ୍ଚିତ ଭାବେ ଯେଉଁ କାମ ହେଉଛି ତାହା ବେଆଇନ ବୋଲି ସେ କହିଛନ୍ତି ।

ଏ ନେଇ ବିଜେପି ସାଂସଦ ଜୁଏଲ କହିଛନ୍ତି ଯେ, " ସ୍ଥାନ ଉପରକୁ ଯାଇ ଦେଖିଲେ ଜଣାପଡୁଛି ଯେ 100 ମିଟର ଭିତରେ ହିଁ ସବୁ ହେଉଛି । କେବଳ ପାଣି ବିଜୁଳି ବ୍ୟତୀତ ସେଠି କୌଣସି ପ୍ରକାର ଖୋଳତାଡ଼ କରିବାର ଅଧିକାର କାହାର ନାହିଁ । ସେ ଜାଗାରେ ବି ଖୋଳତାଡ଼ କରି ଏମାନେ ସୌନ୍ଦର୍ଯ୍ୟକରଣ ନାଁରେ ଓଲଟା ସିଧା କାମ କରୁଛନ୍ତି । ନିଶ୍ଚିତ ଭାବେ ଯେଉଁ କାମ ହେଉଛି ତାହା ବେଆଇନ । ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ କିଛି ଅଫିସର ଏପରି କାର୍ଯ୍ୟ କରୁଥିବା ମୋର ଅନୁମାନ । ସେଥିପାଇଁ ହାଇକୋର୍ଟ ଏହା ଉପରେ ତୁରନ୍ତ ତାଙ୍କର ନିର୍ଣ୍ଣୟ ଦେବା କଥା ଏବଂ ଏହି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ବନ୍ଦ ଲାଗି ହାଇକୋର୍ଟ ରହିତାଦେଶ ଦେବା କଥା ।"

ସେ ଆହୁରି କହିଛନ୍ତି ଯେ, " ମିଳିତ ଭାବେ ଯେଉଁ ତର୍ଜମା କରାଯାଉଛି ସେଇଟା ସରିବା ପରେ କୋର୍ଟ ସିଦ୍ଧାନ୍ତରେ ଉପନୀତ ହେବା ପରେ ରାୟ ଦେବାର ଆବଶ୍ୟକତା ରହିଛି । ବିଜେପି ପାର୍ଟି ପକ୍ଷରୁ ଆମର ସଭାପତି ଏବଂ ସେଠାକାର ସାଂସଦ ପ୍ରାର୍ଥୀ ସେ ଫିଜିକାଲ ଯାଇଛନ୍ତି । ସମସ୍ତ କଥା ଦେଖି କି ଆସିଛନ୍ତି । କେନ୍ଦ୍ରର ନେତୃତ୍ବଙ୍କୁ ଏ ବିଷୟରେ ଅବଗତ କରାଯିବ । ଏ ପ୍ରକାର ବେନିୟମ କାମ ଜଗନ୍ନାଥଙ୍କ ନିକଟରେ ହେବାକୁ ଦିଆଯିବ ନାହିଁ । ପାର୍ଟି ତାର ଷ୍ଟାଣ୍ଡ ନେବ । ଯାହା ହେବ ଆଇନ ଅନୁଯାୟୀ ଷ୍ଟାଣ୍ଡ ନିଆଯିବ । ଜଳ ଜଳ ହୋଇ ଦିଶୁଛି କି 100 ମିଟର ଭିତରେ କାମ ହେଉଛି । "

ଜଣେ ସାଧାରଣ ଲୋକ ମଧ୍ୟ ଏହା କହିପାରିବ ବୋଲି ସେ କହିଛନ୍ତି । ଏହି ଘଟଣାରେ ପୁରୀ ବିଧାୟକଙ୍କ ଉପରେ ସେଠାକାର ଲୋକ ଚାପ ପକାଉଛନ୍ତି । କିଛି ଦଳ ଅଛନ୍ତି ଯେଉଁମାନେ ଏହି ବେଆଇନ କାର୍ଯ୍ୟକୁ ସମର୍ଥନ କରୁଛନ୍ତି । ତାଙ୍କ ପ୍ରଭାବରେ ବୋଧ ହୁଏ ସେ ଆସିଥିବେ । ଏହା ରାଜ୍ୟ ସଭାପତିଙ୍କ ଦାୟିତ୍ବ, ତାଙ୍କୁ ଡାକି କଥାବାର୍ତ୍ତା କରିବେ । ଦଳ ଜଗନ୍ନାଥ ପ୍ରଭୁଙ୍କ ପାଇଁ ସବୁ କିଛି କରିପାରେ ବୋଲି କହିଛନ୍ତି ସାଂସଦ ଜୁଏଲ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.