ପୁରୀ: କୁନି ଝିଅ ପରୀକୁ ନ୍ୟାୟ ଦେବା ପାଇଁ ବାରମ୍ବାର ଗୃହ ଅଚଳ ହେଉଥିବା ବେଳେ ଏବେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ପୁରୀର କଚେରୀ ରାସ୍ତାରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ କରାଯାଇଛି । ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଥିଲା ।
ଏଥିରେ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ଵ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବାରେ କୋହଳ ମନୋଭାବକୁ ମହିଳା ମୋର୍ଚ୍ଚା ତିବ୍ର ବିରୋଧ କରିଛି । ଏହି ଘଟଣାରେ ସରକାର ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନ ନେଲେ ସାରା ରାଜ୍ୟରେ ପ୍ରତିବାଦ ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ