ETV Bharat / city

Bahuda Yatra: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

author img

By

Published : Jul 9, 2022, 6:20 PM IST

Updated : Jul 9, 2022, 7:39 PM IST

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନିରଥ । କାଲି ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନେବେଶରେ ଦର୍ଶନ କରିବେ ଭକ୍ତ । ଅଧିକ ପଢନ୍ତୁ

Bahuda Yatra: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ
Bahuda Yatra: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଶ୍ରୀଜୀଉ । ବାଟରେ ମାଉସୀ ମା’ ଅର୍ଦ୍ଧାଶିନୀଙ୍କ ଠାରୁ ଖାଇଲେ ପୋଡ ପିଠା । ଶୃଙ୍ଖଳାର ସହ ସିଂହଦ୍ବାରକୁ ରଥ ଟାଣି ଆଣିଲେ ଭକ୍ତ । ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ।

ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ମହାପ୍ରଭୁଙ୍କ ବାହୁଡା ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତିନିଠାକୁରଙ୍କ ତିନି ରଥ ପହଞ୍ଚିଛି । ଆସନ୍ତାକାଲି ସୁନାବେଶ ନୀତି ଅନୁଷ୍ଠିତ ହେବା ପରେ, ପର ଦିନ ଅଧରପଣା ନୀତି ହେବ ସମ୍ପନ୍ନ ।

ଏହାପରେ ରଥଯାତ୍ରାରେ ନେଇନଥିବାରୁ ଅଭିମାନରେ ଥିବା ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ କରି ଅର୍ଥାତ୍ ରସଗୋଲା ଦେଇ ନୀଳାଦ୍ରି ବିଜେ କରିବେ ମହାପ୍ରଭୁ । ପୁଣି ବରଷଟିଏ ବଡ ଦାଣ୍ଡରେ ଦର୍ଶନ ପାଇଁ ଚାହିଁ ରହିବ ଭକ୍ତ ।

ଇଟିଭି ଭାରତ, ପୁରୀ

Last Updated : Jul 9, 2022, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.