ପୁରୀ: ବାହାଦୂର ଲେନରେ ହତ୍ୟା କାଣ୍ଡ ଘଟଣାର, 4 ଅଭିଯୁକ୍ତ ଗିରଫ। ପୁରୀ କୁମ୍ଭାର ପଡା ଥାନା ଅନ୍ତର୍ଗତ ରାୟ ବାହାଦୂର ଲେନ ରେ ଗତକାଲି ହୋଇଥିବା ହତ୍ୟା କାଣ୍ଡ ଘଟଣାର 4 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣ୍ଣଚନ୍ଦ୍ର ବେହେରା, ନୟାଗଡ଼ ଫତେଗଡ଼ର ଚିତ୍ତ ମହାରଣା ।
ପୋଲିସ ସୂଚନା ଅନୁଯାୟୀ 3 ତାରିଖ ଦିନ 4 ଟା 30 ରେ ମୃତ ଭିକି ନାୟକ ଘରୁ ବାହାରକୁ କୌଣସି ଏକ କାର୍ଯ୍ୟ ରେ ଯାଉଥିଲେ। ଏହି ସମୟ ରେ ରାସ୍ତା ଉପରେ ଅଭିଯୁକ୍ତ ମାନେ ଆକ୍ରମଣ କରିଥିଲେ। ପୂର୍ଵ ଶତ୍ରୁତା କୁ ନେଇ ଛୁରା ରେ ଆକ୍ରମଣ କରାଯାଇ ଥିଲା । ମୃତ ବିକି ନାୟକ ଙ୍କ ବେକ ରେ ଗଭୀର ଆଘାତ ଲାଗିଥିଲା। ପରେ ତାଙ୍କ ସମ୍ପର୍କୀୟ ମାନେ ଖବର ପାଇ ଭିକି କୁ ଗୁତୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭିକିକୁ ମୃତ ଘୋଷଣା କରିଥିଲେ ।ତେବେ ଏହି ଘଟଣା ରେ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି 4 ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି।
ସେହିପରି ଘଟଣା ପଛରେ କଣ କାରଣ ରହିଛି ଏବଂ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣିବ ବୋଲି ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ