ETV Bharat / city

ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, 4 ଆହତ - ସାତସଙ୍ଖ ଅନ୍ତର୍ଗତ ସିରିଆପୁର ଗ୍ରାମ

ପିପିଲି ଥାନା ସାତସଙ୍ଖ ଅନ୍ତର୍ଗତ ସିରିଆପୁର ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳରେ 4 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, 4 ଆହତ
ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, 4 ଆହତ
author img

By

Published : Jul 19, 2020, 8:29 PM IST

Updated : Jul 19, 2020, 9:28 PM IST

ପୁରୀ: ପିପିଲି ଥାନା ସାତସଙ୍ଖ ଅନ୍ତର୍ଗତ ସିରିଆପୁର ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ । ଗଣ୍ଡଗୋଳରେ 4 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ପରିବାରର ସଂଘବଦ୍ଧ ଆକ୍ରମଣରେ ଅନ୍ୟ ଏକ ପରିବାରର ସଦସ୍ୟ ଆହତ ହୋଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ଆହତ ବ୍ୟକ୍ତି ହେଲେ ସନ୍ଦିପ ମହାପାତ୍ର, ପଦ୍ମନାଭ ମହାପାତ୍ର, ବିଜୟ କୁମାର ମହାପାତ୍ର ଏବଂ ତାଙ୍କ ପରିବାର ସଦସ୍ୟ ।

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, 4 ଆହତ

ଆହତ ସନ୍ଦିପ ମହାପାତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ପିପିଲି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଫଳରେ ଆହତ ପଦ୍ମନାଭ ମହାପାତ୍ରଙ୍କ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, 4 ଆହତ
ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, 4 ଆହତ

ଅଭିଯୋଗ ଅନୁଯାୟୀ, ପଦ୍ମନାଭ ମହାପାତ୍ରଙ୍କ ଜମିକୁ ପଡ଼ୋଶୀ ରଂଜନ ମହାପାତ୍ରଙ୍କ ପରିବାର ଲୋକେ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଅମିନ ଦ୍ବାରା ଜାଗା ମାପ ସହ ଚିହ୍ନଟ ପରେ ମଧ୍ୟ ରଂଜନ ମହାପାତ୍ରଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରି ନ ଥିଲେ । ରବିବାର ସକାଳେ ପଦ୍ମନାଭ ମହାପାତ୍ର ନିଜ ବାଡିକୁ ନଡିଆ ତୋଳିବାକୁ ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ରଂଜନ ମହାପାତ୍ର ଓ ତାଙ୍କର ପରିବାରର ଅନ୍ୟ ସଦସ୍ୟମାନେ ଲୁହାଛଡ଼, ଶାବଳ, କାଠଫାଳିଆ ଆଦିରେ ଅଚାନକ ଆକ୍ରମଣ କରିଥିଲେ । ଫଳରେ ପଦ୍ମନାଭ ମହାପାତ୍ର, ବିଜୟ କୁମାର ମହାପାତ୍ର, ସନ୍ଦିପ ମହାପାତ୍ର ଆହତ ହୋଇଥିଲେ । ସେହିପରି ସେମାନେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି । ତେବେ ପୋଲିସକୁ ଅଭିଯୋଗ ସତ୍ତ୍ବେ କୋରୋନା ସଂକ୍ରମଣ ଆଳ ଦେଖାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 19, 2020, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.