ETV Bharat / city

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ASI ଟିମ୍‌ - ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌

ଶ୍ରୀମନ୍ଦିରରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ASI) ଟିମ । ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କଲେ ୪ଜଣିଆ ବୈଷୟିକ ଟିମ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଏଏସ୍‌ଆଇ ଟିମ୍‌, କଳାହାଟ ଦ୍ୱାରରେ ଲାଗିବ ରୁପା ଛାଉଣୀ

author img

By

Published : Jul 4, 2022, 7:44 AM IST

Updated : Jul 4, 2022, 7:58 AM IST

ପୁରୀ: ଶ୍ରୀମନ୍ଦିରରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ASI) ଟିମ । ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ପାଇଁ ପୁରୀରେ ୪ଜଣିଆ ବୈଷୟିକ ଟିମ । ଗର୍ଭଗୃହ ଭିତର ସ୍ଥିତି ତଥା କଳାହାଟ ଦ୍ୱାରରେ ରୂପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ।

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ASI ଟିମ୍‌

ସୂଚନାଅନୁସାରେ, ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। କେମିକାଲ ଇଞ୍ଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି । ତେବେ ଗର୍ଭଗୃହ ଯାଞ୍ଚ ସହିତ ଲଗାଯାଉଛି ରୂପାଦ୍ୱାର । ଏନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯାଇ ଷ୍ଟିଲ ଫ୍ରେମ ଲଗାଯିବ । ଏହା ପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ ।

ଆଉ ଦୁଇଦିନ ଭିତରେ ଷ୍ଟିଲ ଫ୍ରେମ ସରିଲେ ତାକୁ ଲଗାଯାଇ ସେଥିରେ କବାଟକୁ ଲଗାଯିବ । ତେବେ ୯ ଦିନ ଭିତରେ କାର୍ଯ୍ୟ ସରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏହି ଟିମରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ପୁରୀ

Last Updated : Jul 4, 2022, 7:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.