ETV Bharat / city

ଦାଦାବଟି ଅଭିଯୋଗରେ 4 ଗିରଫ

author img

By

Published : Nov 2, 2020, 9:48 PM IST

Updated : Nov 2, 2020, 11:02 PM IST

ବଟି ମାଗୁଥିବା ଦାଦାଙ୍କୁ ସାବାଡ କରିବା ମୁଡରେ ପୁରୀ ପୋଲିସ । ଆଜି ପୁଣି ଦାଦାବଟି ଅଭିଯୋଗରେ 4 ଜଣକୁ ଗିରଫ କରିଛି ପୁରୀ ପୋଲିସ । ଅଧିକ ପଢନ୍ତୁ...

ଦାଦାବଟି ଅଭିଯୋଗରେ 4 ଗିରଫ
ଦାଦାବଟି ଅଭିଯୋଗରେ 4 ଗିରଫ

ପୁରୀ: ଦାଦାବଟିକୁ ନେଇ ପୁରୀ ପୋଲିସ କଡା କାର୍ଯ୍ୟନୁଷ୍ଠାନ ଜାରି ରଖିଛି । ଏହି କ୍ରମରେ ସହରରେ ବିଭିନ୍ନ ସ୍ଥାନରେ ଦାଦା ବଟି ମାଗିବା ଅଭିଯୋଗରେ ପୋଲିସ 4 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ହାଡ଼ ଗୋଡ଼ିଆ ସାହିର ଜଗନ୍ନାଥ ପଣ୍ଡା, ପୁରୀ ଭିଆଇପି ରୋଡ଼ର ପ୍ରଶାନ୍ତ କୁମାର ଗୋଛି ଓ ସରୋଜ ଗୋଛି ଏବଂ ବାସଳୀ ସାହିର ଜଳନ୍ଧର ରାଉତ ରାୟ ।

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ପୁରୀ ସହରର ମାର୍କେଟ ଛକ ରୁ ଦୋକାନୀଙ୍କୁ ଭୟଭୀତ କରି ବଟି ଆଦାୟ କରୁଥିଲା । ସେହିପରି ଅଭିଯୁକ୍ତ ପ୍ରଶାନ୍ତ ଗୋଛି , ସରୋଜ ଗୋଛି ସଦର ଥାନା ଶାସନ ଦାମୋଦର ପୁର ଅଞ୍ଚଳ ଜଣେ ବ୍ୟକ୍ତି ଙ୍କୁ ଧମକ ଦେଇ ଦାଦା ବଟି ମାଗୁଥିଲେ । ସେପଟେ ଅଭିଯୁକ୍ତ ଜଳନ୍ଧର ରାଉତ ରାୟ ରେଲୱେ ଟ୍ରାକର ଆସୋସିଏସନର ଜଣେ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ 50 ହଜାର ଟଙ୍କା ବଟି ମାଗୁଥିଲା ।

ଏ ନେଇ ପୋଲିସ ପାଖରେ ଅଭିଯୋଗ ପରେ ଚଢ଼ାଉ କରାଯାଇ 4 ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଗାମୀ ଦିନରେ ଦାଦାବଟି ଅଭିଯୋଗ ଆସିଲେ ପୁରୀ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି ।

ପ୍ରକାଶ ଯେ, ଗତ 2 ଦିନ ତଳେ ପୁରୀ ରାମଚଣ୍ଡୀ ଥାନା ଛଇଥନା ବଜାରରୁ ଦାଦାବଟି ମାଗୁଥିବା ଭୁଆଁ ଗାଁର ପୁଣ୍ଟୁ ଭୋଇ ଓ ବିଷ୍ଣୁ ଚରଣ ଗିରଫ କରିଥିଲା ଜିଲ୍ଲା ପୋଲିସ ।

କେବଳ ପୁରୀ ନୁହେଁ ସମଗ୍ର ରାଜ୍ୟରେ ଏବେ ଦାଦାବଟି ଆଦାୟକୁ ନେଇ ପୋଲିସ ଶକ୍ତ ହୋଇଛି । ଦାଦାବଟିକୁ ନା .. ଅଭିଯାନ ଆରମ୍ଭ କରି କମିଶନରେଟ ପୋଲିସ । ଏହି କ୍ରମରେ ଟ୍ବିନ ସିଟି ଠାରୁ ଆରମ୍ଭ କରି ପୁରୀ , ବ୍ରହ୍ମପୁର , ସମ୍ବଲପୁର ଭଳି ବିଭିନ୍ନ ପ୍ରମୁଖ ସହରରେ ଦାଦାବଟି ଆଦାୟ ଅଭିଯୋଗ ଆସିଲେ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ନଜିର ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 2, 2020, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.