ETV Bharat / city

ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର ସୋସିଆଲ ମିଡିଆରେ ଭାଇରାଲ, ବୁଦ୍ଧିଜୀବୀଙ୍କ ଉଦବେଗ - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବ୍ୟଙ୍ଗଚିତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ଚିତ୍ର ଭାଇରାଲ ହୋଇଛି । ଏହାକୁ ନେଇ ପୁରୀ ସେବାୟତ ଓ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବ୍ୟଙ୍ଗଚିତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ

author img

By

Published : Jun 20, 2022, 5:46 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ଚିତ୍ର ଭାଇରାଲ ହୋଇଛି । ପଞ୍ଜାବ ଲୁଧିଆନାର ଇସ୍କନ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ଅଣସର ନୀତି ସମ୍ବନ୍ଧରେ ବ୍ୟଙ୍ଗ ଚିତ୍ର ପୋଷ୍ଟ କରାଯାଇଛି । ଗୋଟେ ପଟେ ମହାପ୍ରଭୁ ଥର୍ମୋମିଟର ପାଟିରେ ଦେଇଥିବା ଦର୍ଶାଯାଇଥିବା ବେଳେ ଅନ୍ୟ ଏକ ଫଟୋରେ ଶ୍ରୀବିଗ୍ରହ ଶୀତ ପୋଷାକ ପିନ୍ଧି ଶୋଇଥିବା ଦର୍ଶାଯାଇଛି । ଏହାକୁ ପୁରୀର ସେବାୟତ ତଥା ବୁଦ୍ଧିଜୀବୀ ମାନେ ବିରୋଧ କରିବା ସହ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବ୍ୟଙ୍ଗଚିତ୍ର

ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଜ୍ବର ଯୋଗୁଁ ଅଣସର ଘରେ ରହିଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ସମୟରେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟିଦିଅଁ ବିଜେ କରିଥାନ୍ତି । ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି । ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.