ETV Bharat / city

Sri Mandir Servitor Murder: ହତ୍ୟା ପାଇଁ ୩୦ ଲକ୍ଷର ଡିଲ୍‌, ୬ ଗିରଫ

author img

By

Published : Mar 21, 2022, 12:21 PM IST

Updated : Mar 21, 2022, 2:03 PM IST

ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା । ୯ ବର୍ଷ ପୁରୁଣା ଘଟଣାର ପ୍ରତିଶୋଧ ନେବା ପାଇଁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ପୁରୀ ଏସପି । ଅଧିକ ପଢନ୍ତୁ

Shri Mandir Servitor Murder: ପ୍ରତିଶୋଧ ନେଇ ହୋଇଥିଲା ହତ୍ୟାକାଣ୍ଡ, ୬ ଗିରଫ

ପୁରୀ: ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା । ଘଟଣା ଉପରୁ ପରଦା ଉଠାଇଛି ପୁରୀ ପୋଲିସ । ପ୍ରତିଶୋଧକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢାଉ କରିଛି ।

Sri Mandir Servitor Murder: ପ୍ରତିଶୋଧ ନେଇ ହୋଇଥିଲା ହତ୍ୟା, ୬ ଗିରଫ

ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରି ସମେତ ସହଯୋଗୀ ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ମୁନ୍ନା ପାତ୍ର, ସନ୍ଦୀପ ଜେନାଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ପାଇଁ ୩୦ଲକ୍ଷ ଟଙ୍କା ସୁପାରି ଦିଆଯାଇଥିଲା । ଗତ 2012 ମସିହା ଅଗଷ୍ଟ 22 ତାରିଖରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ପାଇଁ ଏହି ଘଟଣା ଘଟିଥିବା ପୋଲିସକୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଗୁନ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଅଭିଯୋଗରେ ଗିରଫ ହୋଇଥିଲେ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ସେବାୟତଙ୍କୁ ଗୁଳି କରି ହତ୍ୟା

ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରିଙ୍କ ଭାଇ କାଳିଆ ସିଂହାରି ଓ କାଳିଆଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସେପଟେ ଏକ ଜମି କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ମଧ୍ୟ ଅନ୍ୟ ଏକ ଦିଗରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 21, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.