ETV Bharat / city

ଆଇସକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ, ପାରାଲିମ୍ପିଆନଙ୍କୁ ଯୁବ ଚିତ୍ରଶିଳ୍ପୀଙ୍କ ଶୁଭେଚ୍ଛା

author img

By

Published : Aug 23, 2021, 7:31 PM IST

ଆଇସକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ ତିଆରି କରି ଭାରତୀୟ ପାରାଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ବଜିତ ନାୟକ । ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ । ପାରା ଅଲମ୍ପିକ୍ସରେ ଭାରତୀୟ କ୍ରୀଡାବିତ୍ ଅଧିକ ପଦକ ହାସଲ କରିବେ ବୋଲି ସେ ଆଶାବାଦୀ ରହିଛନ୍ତି । ଅଧିକ ପଢ଼ନ୍ତୁ...

ଆଇସକ୍ରିମ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ, ପାରାଲମ୍ପିଆନଙ୍କୁ ଯୁବ ଚିତ୍ରଶିଳ୍ପୀଙ୍କ ଶୁଭେଚ୍ଛା

ପୁରୀ: ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲମ୍ପିକ୍ସ । ଏଥିପାଇଁ ଆଇସକ୍ରିମ କାଠିରେ ଏକ ଅଲମ୍ପିକ୍ସ ଷ୍ଟାଡିୟମ ତିଆରି କରି ଭାରତୀୟ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ବଜିତ ନାୟକ । ପୁରୀର କୁମୁଟିପାଟଣାର ବାସିନ୍ଦା ବଳରାମ ନାୟକଙ୍କ ପୁଅ ହେଉଛନ୍ତି ବିଶ୍ୱଜିତ ନାୟକ ।

ଏହାପୂର୍ବରୁ ଆଇସିକ୍ରିମ କାଠି ଅନେକ ଆକର୍ଷଣୀୟ କଳାକୃତି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ବିଶ୍ବଜିତ। ବର୍ତ୍ତମାନ ସେ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି । ଏହାପରେ ମଧ୍ୟ ଚିତ୍ରକଳା ପ୍ରତି ଥିବା ତାଙ୍କ ଦୁର୍ବଳତାକୁ ସେ ଛାଡ଼ି ପାରିନାହାନ୍ତି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ କ୍ରୀଡ଼଼ାବିତ ଜବରଦରଦସ୍ତ ପ୍ରଦର୍ଶନ କରିଥିଲେ । ଯାହାଫଳରେ ପ୍ରଥମ ଥର ପାଇଁ ଅଲମ୍ପିକ୍ସ ଇତିହାସରେ ୭ଟି ପଦକ ହାସଲ କରିଥିଲା ଭାରତୀୟ ଖେଳାଳି ।

ଅଲମ୍ପିକ୍ସ ଷ୍ଟାଡିୟମ ତିଆରି କରିବାକୁ ବିଶ୍ବଜିତଙ୍କୁ ଦୁଇଦିନ ସମୟ ଲାଗିଥିଲେ । ଅଲମ୍ପିକ୍ସ ଷ୍ଟାଡିୟମ ପାଇଁ ବ୍ୟବହାର ହୋଇଛି ୭୭୫ ଆଇସକ୍ରିମ କାଠି । ପାରା ଅଲମ୍ପିକ୍ସରେ ଭାରତୀୟ କ୍ରୀଡାବିତ୍ ଅଧିକ ପଦକ ହାସଲ କରିବେ ବୋଲି ବିଶ୍ବଜିତ ଆଶାବାଦୀ ରହିଛନ୍ତି । ଭାରତ ପକ୍ଷରୁ ଟୋକିଓ ଅଲମ୍ପିକ୍ସରେ ୫୪ ଜଣ ଖେଳାଳି ଭାଗ ନେବେ । ୯ଟି ଭିନ୍ନଭିନ୍ନ ଇଭେଣ୍ଟରେ ଭାଗ ନେବେ ଭାରତୀୟ ଖେଳାଳି ।

ଟୋକିଓରେ ଆରମ୍ଭ ହେବାକୁ ଥିବା ପାରାଲମ୍ପିକ୍ସରେ ଭାରତୀୟ ଖେଳାଳି ଅତିକମରେ ୧୫ଟି ପଦକ ହାସଲ କରିବେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଭାରତୀୟ ଖେଳାଳି ଦେଶବାସୀ ଆଶା କେତେ ପୂରଣ କରିପାରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.